Odisha CHSE to live stream Plus 2 board exams
ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଶେଷ ବର୍ଷ ବୋର୍ଡ ପରୀକ୍ଷାର ହେବ ଲାଇଭ୍ ଷ୍ଟ୍ରିମିଙ୍ଗ । ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ୍ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ । ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ ।
ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଏଭଳି ବ୍ୟବସ୍ଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଗ୍ରହଣ କରିଛି । ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗୁଛି । ପରୀକ୍ଷାକେନ୍ଦ୍ର ଗୁଡ଼ିକରେ ସିସିଟିଭି ଇନଷ୍ଟଲେସନ ନେଇ ସ୍ଥିତି କ’ଣ ତାହା ଡିସେମ୍ବର ୧୫ ସୁଦ୍ଧା ପରିଷଦକୁ ଜଣାଇବା ଲାଗି CHSE ପରୀକ୍ଷା ନିୟନ୍ତ୍ରକ ସବୁ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701229249.jpg)