Advertisment

Odisha CHSE Exam 2025: ୪ ଦିନ ପରେ + ୨ ପରୀକ୍ଷା, ହେଲେ ଏଯାଏଁ ବାହାରିଲାନି ସାମ୍ପୁଲ ପ୍ରଶ୍ନପତ୍ର

ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି।

ଅଦ୍ୟତନ ହୋଇଛି
undefined

Plus Two

Advertisment

୪ ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା। ଏଥର ପୁରୁଣା ଢାଞ୍ଚା ନୁହେଁ, ବରଂ CBSE ପାର୍ଟନରେ ହେବ ପରୀକ୍ଷା। ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦେଇଛି CHSE। ଏପରିକି ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ସାମ୍ପୁଲ୍‌ ପ୍ରଶ୍ନପତ୍ର ପ୍ରକାଶ ପାଇବ ବୋଲି କହିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ହେଲେ ଏଯାଏ କିନ୍ତୁ ସାମ୍ପୁଲ ପ୍ରଶ୍ନପତ୍ର ପ୍ରକାଶ ପାଇପାରିଲା ନାହିଁ। ଯାହାକୁ ନେଇ ଅଡୁଆରେ ପରୀକ୍ଷା ହଲରେ ବସିବାକୁ ଯାଉଥିବା ଯୁକ୍ତ ଦୁଇର ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ।

Advertisment

ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି। ସେହିଭଳି ସାଇନ୍ସରେ ଗଣିତ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଭଳି କିଛି ବିଷୟରେ ୭୦ ମାର୍କର ଥିଓରି ଏବଂ ୩୦ ମାର୍କର ପ୍ରାକ୍ଟିକାଲ ସହ ଇଣ୍ଟରନାଲ ମାର୍କ ରହିଛି। ତେବେ ଏସବୁ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ, ସେନେଇ ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଲାଗି CHSE ସାଂପୁଲ ପ୍ରଶ୍ନପତ୍ର ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରୀକ୍ଷାକୁ ମଝିରେ ଆଉ ମାତ୍ର ୪ ଦିନ ଥିବା ବେଳେ ଏଯାଏ ସାମ୍ପୁଲ ପ୍ରଶ୍ନପତ୍ର ବାହାର କରିପାରିନି CHE। ଯାହାକୁ ନେଇ ଦ୍ୱନ୍ଦ୍ୱରେ ରାଜ୍ୟର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ। ସେପଟେ ଶିକ୍ଷକ କହିଛନ୍ତି, ବୋର୍ଡ ପକ୍ଷରୁ ଆଗୁଆ ଯେଉଁ ବିଜ୍ଞପ୍ତି ଆସିଥିଲା ସେହି ଆଧାରରେ ପିଲାଙ୍କୁ ପଢାଯାଇଛି।

ଅଧିକ ପଢ଼ନ୍ତୁ: ଶିଳ୍ପପତିଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ, ‘ଡିଅର୍‌ ଡିଆର୍‌’ ପୁସ୍ତକରେ ବଡ ଖୁଲାସା

Advertisment

CHSE ପକ୍ଷରୁ ଗତ ଅଗଷ୍ଟ ୨୦ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କେଉଁ ବିଷୟରେ କେତେ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ ସେ ନେଇ ଦର୍ଶା ଯାଇଥିଲା। ରାଜନୀତି ବିଜ୍ଞାନର ସିଲାବସ୍ ଅନୁସାରେ ଏଥିରେ ପୁରୁଣା ପାର୍ଟନ ପରିବର୍ତ୍ତନ କରାଯାଇ ନୂଆ ପାର୍ଟନରେ ୧ ମାର୍କିଆ MCQ ମୋଟ୍‌ ୨୧ ନମ୍ବର, ୨ ମାର୍କ ବିଶିଷ୍ଟ ୭ଟି, ୩ ମାର୍କ ଲେଖାଏଁ ୭ଟି ଓ ୮ ନମ୍ବରିଆ ୩ଟି ପ୍ରଶ୍ନ ଆସିବ। ଏହା ବ୍ୟତୀତ ବିଜ୍ଞାନ ଓ ବାଣିଜ୍ୟରେ ୮ ନମ୍ବରିଆ ପ୍ରଶ୍ନପତ୍ର ପରିବର୍ତ୍ତେ ୫ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନ ଆସିବ ବୋଲି ଆଗୁଆ ସୂଚନା ଦେଇଥିଲା CHSE।

ଅଧିକ ପଢ଼ନ୍ତୁ:  ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ତେବେ ଏଠି ପ୍ରଶ୍ନ ଉଠୁଛି ବର୍ତ୍ତମାନ ସୁଦ୍ଧା କାହିଁକି ସାମ୍ପୁଲ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇପାରିଲାନି? ସେନେଇ CHSE ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନି। ତେଣେ ଶିକ୍ଷାବିତଙ୍କ କହିବା କଥା ଯଦି ପିଲାମାନଙ୍କୁ ସାମ୍ପୁଲ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥାନ୍ତା, ତା’ହେଲେ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ରହିନଥାନ୍ତା।

Advertisment

ଗତକାଲିଠାରୁ ମୋଟ୍ ୨୦୫ଟି ପରୀକ୍ଷା ହବକୁ ପ୍ରଶ୍ନ ପତ୍ର ପଠାଯାଇଛି। ଏଥର ସାରା ରାଜ୍ୟରେ ୧ ହଜାର ୨୭୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ସେହିପରି ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାପାଇଁ CHSE ଲକ୍ଷ୍ୟ ରଖିଛି।

PLus 2 Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ