Advertisment

ବିପଦରେ ପିଲାଙ୍କ ଭବିଷ୍ୟତ, ରାଜରାସ୍ତାରେ ଶିକ୍ଷକ.. କେମିତି ହେବ ପରୀକ୍ଷା!

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପ୍ରଥମ ପେପରରେ ଭଲ କରିବାକୁ ପିଲା ରିଭିଜନ ଚଳାଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ ।

ଅଦ୍ୟତନ ହୋଇଛି
undefined

Matric Exam

Advertisment

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପ୍ରଥମ ପେପରରେ ଭଲ କରିବାକୁ ପିଲା ରିଭିଜନ ଚଳାଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ । ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି । ଭାଇରାଲ୍ ରୋକିବାକୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲକୁ ସଂପୂର୍ଣ୍ଣ ବାରଣ କରାଯାଇଥିଲା ବେଳେ, ୪ଟି କଭରରେ ସିଲ୍ ଥିବା ପ୍ରଶ୍ନପତ୍ରର ଶେଷ ସିଲ୍ ଖୋଲି ଉତ୍ତର ଲେଖିବେ ପରୀକ୍ଷାର୍ଥୀ ।

Advertisment

ନୋଡାଲ ସେଣ୍ଟରରେ ପହରା ଦେଉଛନ୍ତି ସଶସ୍ତ୍ର ପୋଲିସ୍ । ପରୀକ୍ଷା ହଲକୁ ଜଗିଛି CCTV କ୍ୟାମେରା । ଟେବୁଲ୍, ବେଞ୍ଚରେ ଲେଖା ଚାଲିଛି ରୋଲ୍ ନମ୍ବର । ରାତି ପାହିଲେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ପରିଚାଳନାରେ ଥିବା ଛିଦ୍ର ବନ୍ଦ କରିବା ପାଇଁ ସବୁ ପଦକ୍ଷେପ ନେଇଛି ବିଭାଗ ।

ପ୍ରଥମଥର ପାଇଁ ପ୍ରତି କେନ୍ଦ୍ର ଲାଗି ଜଣେ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଶ୍ନପତ୍ର ଯେଭଳି ଭାଇରାଲ ନହୁଏ ସେଥିପାଇଁ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତିତ ପରୀକ୍ଷା ସମୟରେ ଅନ୍ୟ କାହାରିକୁ ମୋବାଇଲ୍ ନେବା ଉପରେ କଟକଣା ଲଗାଯାଇଛି । ଏମିତିକ ଫରୁଆ ଭିତରେ ଫରୁଆ ଭଳି ୪ ସ୍ତରରେ ସିଲ୍ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା ।

Advertisment

ନୋଡାଲ ସେଣ୍ଟରରୁ ପ୍ରଶ୍ନ ପେପର ପ୍ୟାକେଟ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ, କେନ୍ଦ୍ର ସୁପରିଟେଣ୍ତେଣ୍ଟ ଓ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରେ ଏହାର ପ୍ରଥମ ଦୁଇଟି ସିଲ ଖୋଲାଯିବ । ଏହାପରେ ପରୀକ୍ଷା ହଲରେ ପ୍ରଶ୍ନ ପ୍ୟାକେଟର ତୃତୀୟ ସିଲ୍ ଖୋଲାଯିବ। ଏବଂ ଏହାପରେ ହାଲକା ପେପର ସିଲ୍ ଯୁକ୍ତ ଇଣ୍ଡିଭିଜୁଆଲ୍ ପ୍ରଶ୍ନ ପତ୍ରଗୁଡ଼ିକୁ ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବା ପରେ ସେମାନେ ହିଁ ଶେଷ ସିଲ୍ ଖୋଲି ନିର୍ଦ୍ଧାରିତ ସମୟରେ ଉତ୍ତର ଲେଖିବା ଆରମ୍ଭ କରିବେ ।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ହେଲେ ଏଥର ପ୍ରଥମଥର ପାଇଁ ପିଲାଙ୍କୁ ଦେଢ଼ଘଣ୍ଟା ପୂର୍ବରୁ ଅର୍ଥାତ୍ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ । ୮ଟା ୧୫ରେ ଆଉ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପରୀକ୍ଷାକୁ କପିମୁକ୍ତ ରଖିବାକୁ ସିସିଟିଭି ଓ ୱେବକାଷ୍ଟିଂର ବ୍ୟବସ୍ଥା ସହ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସର୍ଭେଲାନ୍ସ ବ୍ୟବସ୍ଥାର ସହାୟତା ନିଆଯାଇଛି ।

Advertisment

ଏଥିସହ ବୋର୍ଡ ପକ୍ଷରୁ ଏକ ସେଣ୍ଟ୍ରାଲ୍ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇ ଏଇଠି ପରୀକ୍ଷା ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ କାଲି ମାତୃଭାଷା ପରୀକ୍ଷା ଥିବାରୁ ପୂରା ଦମରେ ପ୍ରସ୍ତୁତିରେ ଲାଗିଛନ୍ତି ଛାତ୍ରଛାତ୍ରୀ । କୋଭିଡ୍ ସମୟରୁ ପରିବର୍ତ୍ତିତ ଢାଞ୍ଚାରେ ପରୀକ୍ଷା ହେଉଥିଲା ବେଳେ ଏଥର ପୁଣି ପୁରୁଣା ଢାଞ୍ଚା ଫେରିଛି ।

ତେଣୁ ଛାତ୍ର ଜୀବନର ସବୁଠୁ ଏଇ ବଡ଼ ସୋପାନର ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଯେତିକି, ଉତ୍କଣ୍ଠା ବି ସେତିକି । ଏଥର ମୋଟ୍ ୫ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ବୋର୍ଡ ପକ୍ଷରୁ ରାଜ୍ୟରେ ମୋଟ୍ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ବୋର୍ଡର ତମାମ ପଦକ୍ଷେପ ସତ୍ତ୍ୱେ ଏଥର କେତେ ସୁରୁଖୁରୁରେ ଏବଂ ତ୍ରୁଟିଶୂନ୍ୟ ପରୀକ୍ଷା ହେଉଛି ତା ଉପରେ ନଜର ।

Student Exam Matric
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ