Astrospeak
  • Live TV
  • Read In English

JEE Mains 2025 Results: JEE ମେନ୍ସ ସେସନ୍‌-୨ର ପରୀକ୍ଷା ଫଳ ପ୍ରକାଶ, ଓଡ଼ିଶାର ଓମ୍ ପ୍ରକାଶ ଟପ୍ପର

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଲା ଜେଇଇ ମେନ୍‌ ସେସନ-୨ ୨୦୨୫ ରେଜଲ୍ଟ । jeemain.nta.nic.in ୱେବସାଇଟ ମାଧ୍ୟମରେ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

JEE Mains 2025 Results
ଜେଇଇ ମେନ୍ସ ରେଜଲ୍ଟ

ଜେଇଇ ମେନ୍‌ ସେସନ-୨ ୨୦୨୫ର ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ହୋଇଛି । ଚଳିତ ବର୍ଷ ୨୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୨ ଜଣ ଛାତ୍ର ଓ ଦୁଇ ଜଣ ଛାତ୍ରୀ ରହିଛନ୍ତି । ଓଡ଼ିଶାର ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ସେ ରାଜସ୍ଥାନ କୋଟାରେ ରହି ପାଠ ପଢୁଥିଲେ । ତେବେ ପରୀକ୍ଷାର୍ଥୀମାନେ NTAର ଅଫିସିଆଲ ୱେବସାଇଟ jeemain.nta.nic.inରେ ନିଜର ରେଜଲ୍ଟ ଡାଉନଲୋଡ୍ କରିପାରିବେ । ରେଜଲ୍ଟ ଜାଣିବା ପାଇଁ ସେମାନଙ୍କୁ ନିଜର ଆପ୍ଲିକେସନ ନମ୍ବର ଓ ପାସ୍‌ୱାର୍ଡ ଆଦି ବିରବଣୀ ଦେବାକୁ ହେବ । 

ଅଧିକ ପଢ଼ନ୍ତୁ: ଖୁବ୍ ଶୀଘ୍ର ଓଡ଼ିଆ ଭାଷାରେ ପ୍ରଚଳିତ ହୋଇପାରେ IGNOU ପାଠ୍ୟକ୍ରମ

ଜେଇଇ ମେନର ୨୪ ଜଣ ଟପ୍ପରଙ୍କ ମଧ୍ୟରେ ରାଜସ୍ଥାନରୁ ୭ ଜଣ, ତେଲେଙ୍ଗାନାରୁ ୩, ମହାରାଷ୍ଟ୍ରରୁ ୩, ଉତ୍ତରପ୍ରଦେଶରୁ ୩, ପଶ୍ଚିମବଙ୍ଗରୁ ୨, ଆନ୍ଧ୍ରପ୍ରଦେଶରୁ ଜଣେ, ଦିଲ୍ଲୀରୁ ଜଣେ, କର୍ଣ୍ଣାଟକରୁ ଜଣେ ଓ ଗୁଜୁରାଟରୁ ଦୁଇ ଜଣ ରହିଛନ୍ତି । ଓଡ଼ିଶାର ଟପର୍ ହୋଇଥିବା ଓମ୍ ପ୍ରକାଶ ବେହେରାଙ୍କ ଘର ଭୁବନେଶ୍ୱର ହୋଇଥିବାବେଳେ ସେ ରାଜସ୍ଥାନ କୋଟାରେ ପଢୁଥିଲେ । 

NTA ପକ୍ଷରୁ ୩୦୦ଟି ସହରର ୫୩୧ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସମୁଦାୟ ୧୪ ଲକ୍ଷ ୭୫ ହଜାର ୧୦୩ ଜଣ ପରୀକ୍ଷା ଦେଇଥିଲେ । ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।