Advertisment

ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଶ୍ୱବିଦ୍ୟାଳୟର କୁଳପତି

ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ।

No Universities VC Shall Avail Leave Without Obtaining Prior Approval Of Chancellor

No Universities VC Shall Avail Leave Without Obtaining Prior Approval Of Chancellor

Advertisment

ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ । ଏ ନେଇ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି କୁଳାଧିପତି ତଥା ରାଜ୍ୟପାଳ ଜଣାଇଛନ୍ତି ।

Advertisment

ଚିଠି ଅନୁସାରେ, ଯଦି କୁଳପତି ଛୁଟି ନେବାକୁ ଚାହିଁବେ ତେବେ ୧୦ ଦିନ ପୂର୍ବରୁ କୁଳାଧିପତିଙ୍କୁ ଦରଖାସ୍ତ କରିବେ। ଆଉ ଯଦି ଦେଶ ବାହାରକୁ ବୁଲିବାକୁ ଗଲେ ୩୦ ଦିନ ପୂର୍ବରୁ ଦରଖାସ୍ତ ମାଧ୍ୟମରେ ଜଣେଇବେ। ଅଫିସ କାର୍ଯ୍ୟରେ ଛୁଟିରେ ଯାଇ ବ୍ୟକ୍ତିଗତ ଛୁଟିକୁ ପରିବର୍ତ୍ତିତ କରିପାରିବେ ନାହିଁ। 

ବ୍ୟକ୍ତିଗତ ଛୁଟିରେ ବିଶ୍ୱବିଦ୍ୟାଳୟ ଅର୍ଥକୁ ଖର୍ଚ୍ଚ କରି ପାରିବେ ନାହିଁ। କୁଳାଧିପତିଙ୍କ ବିନା ଅନୁମତିରେ ଗଲେ ଛୁଟିକୁ ଗ୍ରହଣ କରାଯିବ ନାହିଁ। କିନ୍ତୁ ଜରୁରୀକାଳୀନ ସ୍ଥିତିରେ ଯାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ