Advertisment

‘ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା’

ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ

No entry for journalists in schools

No entry for journalists in schools

Advertisment

ସାମ୍ବାଦିକମାନେ ନିଜ ନିଜର କର୍ତ୍ତବ୍ୟ କରୁଛନ୍ତି । ଯେକୌଣସି ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା ତାଙ୍କର ଅଧିକାର । ଗଣମାଧ୍ୟମକୁ ସ୍କୁଲ୍ କ୍ୟାମ୍ପସ ମନା ନେଇ ସରକାରଙ୍କ ନିଷ୍ପତ୍ତି ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପଶିବାକୁ ନଦେବା ଏକ ହାସ୍ୟାସ୍ପଦ ଘଟଣା । ଶିକ୍ଷାନୁଷ୍ଠାନରେ କଣ ହେଉଛି, କଣ ନାହିଁ, ଯଦି ଭୁଲ ହେଉଛି, ସେତେବେଳେ ସାମ୍ବାଦିକ ବନ୍ଧୁମାନଙ୍କର କର୍ତ୍ତବ୍ୟ ହେଉଛି ଏହାକୁ ଲୋକଲୋଚନକୁ ଆଣିବା । ସରକାର ଏହି ଅର୍ଡର କରି ଗଣତାନ୍ତ୍ରିକ ପଦ୍ଧତିରେ ସାମ୍ବାଦିକଙ୍କ ଅଧିକାରରେ ବାଧା ସୃଷ୍ଟି କରୁଛନ୍ତି ।

Advertisment

ସେହିପରି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି ପଦକ୍ଷେପ ନେଉଛନ୍ତି । ସାମ୍ବାଦିକଙ୍କ ଉପରେ ଏଭଳି ରୋକ୍ ଲଗାଇବା ଠିକ୍ ନୁହେଁ । ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ୱେବ୍‌ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି । କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି । ତେବେ ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି । ଗଣମାଧ୍ୟମରୁ ଯେ କେବଳ ଆମେ ତ୍ରୁଟି ଜାଣୁଛୁ ତା ନୁହେଁ, ବିଭାଗର ଦୋଷ ଦୁର୍ବଳତା ଆମେ ଜାଣିଛୁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବାଲେଶ୍ୱରରେ ଆପଣ ପିଲାଙ୍କୁ ପଣକିଆ ପଚାରି ଭିଡିଓ ଭାଇରାଲ୍ କଲେ ତାହା କଣ ପିଲାଙ୍କୁ ଅପମାନିତ କରିନି ବୋଲି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ମନ୍ତ୍ରୀ ।

Advertisment

Aparajita Sarangi No Entry For Journalists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ