Advertisment

One Year B.Ed Course: ୧ ବର୍ଷୀୟା B.Ed କୋର୍ସ କରିବାର ସୁଯୋଗ; ଜାଣନ୍ତୁ କେଉଁମାନେ କରିପାରିବେ…

୧ ବର୍ଷୀୟା B.Ed ପାଠ୍ୟକ୍ରମ ଆରମ୍ଭ କରିବାକୁ ନେଇ NCTE ପୁଣି ଥରେ ସୂଚନା ଦେଇଛି। M.Ed ପାଠ୍ୟକ୍ରମ ମଧ୍ୟ ୧ ବର୍ଷ କରିଦିଆଯାଇଛି। କିନ୍ତୁ ୧ ବର୍ଷ B.Ed ପାଠ୍ୟକ୍ରମ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି।

NCTE guidelines who can do one year bed course

NCTE guidelines who can do one year bed course

Advertisment

ଭାରତରେ ଶିକ୍ଷକ ହେବା ପାଇଁ B.Ed ପାଠ୍ୟକ୍ରମ କରିବା ଆବଶ୍ୟକ। ତେବେ ନୂଆ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଟିଚର ଏଜୁକେଶନ୍ ପଲିସୀରେ ବଡ଼ ପରିବର୍ତ୍ତନ କରାଯାଉଛି। ୧୦ ବର୍ଷ ପରେ ୧ ବର୍ଷୀୟା B.Ed ପାଠ୍ୟକ୍ରମ ଆରମ୍ଭ କରିବାକୁ ନେଇ NCTE ପୁଣି ଥରେ ସୂଚନା ଦେଇଛି।

Advertisment

କେବଳ ଏତିକି ନୁହେଁ, M.Ed ପାଠ୍ୟକ୍ରମ ମଧ୍ୟ ୧ ବର୍ଷ କରିଦିଆଯାଇଛି। କିନ୍ତୁ ୧ ବର୍ଷ B.Ed ପାଠ୍ୟକ୍ରମ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି। କେବଳ ଏଗୁଡିକ ମାନିବା ପରେ ହିଁ ଆପଣ ୧ ବର୍ଷ B.Ed ପାଠ୍ୟକ୍ରମରେ ଆଡ୍‌ମିଶନ ପାଇବେ।

ଯଦି ଆପଣ ଭାବୁଛନ୍ତି ଯେ ଗ୍ରାଜିଏସନ୍ ଡିଗ୍ରୀ ଶେଷ କରିବା ମାତ୍ରେ ୧ ବର୍ଷ B.Ed ପାଠ୍ୟକ୍ରମରେ ଆଡମିଶନ ପାଇବେ, ତେବେ ତୁଏହା ଭୁଲ୍। ପ୍ରତ୍ୟେକ ସ୍ନାତକ ପ୍ରାର୍ଥୀ ୧ ବର୍ଷ B.Ed ପାଠ୍ୟକ୍ରମରେ ଆଡମିଶନ ପାଇପାରିବେ ନାହିଁ।

Advertisment

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯଦି ଆପଣ ୧ ବର୍ଷ B.Ed ପାଠ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ NCTE ଅର୍ଥାତ୍ ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍ ଫର୍ ଟିଚର ଏଜୁକେଶନ୍ ପାଇଁ କ’ଣ ଯୋଗ୍ୟତା ରହିଛି ଏବଂ ଆପଣ ଏଥିରେ କେବେ ଆଡମିଶନ ହେବ।

Advertisment

କେବେ ଆରମ୍ଭ ହେବ:

ରିପୋର୍ଟ ଅନୁଯାୟୀ, NCTE ବ୍ୟାଚଲର୍ ଅଫ୍ ଏଜୁକେଶନ୍ ଅର୍ଥାତ୍ ଗୋଟିଏ ବର୍ଷ B.Ed ପାଠ୍ୟକ୍ରମ ଏବଂ ମାଷ୍ଟର ଅଫ୍ ଏଜୁକେସନ୍‌ର ଆରମ୍ଭ ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୬-୨୭ରୁ ଆରମ୍ଭ କରିବ।

୨୦୨୫ରେ B.Ed କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ମଧ୍ୟ ୨ ବର୍ଷର ପାଠ୍ୟକ୍ରମରେ ଆଡମିଶନ କରିପାରିବେ। ୨୦୨୬ରେ B.Ed ଆଡମିଶନ ପାଇଁ ଯେଉଁ ଫର୍ମ ବାହାରିବ, ସେଥିରେ ୧ ବର୍ଷିଆ B.Ed ଏବଂ ୧ ବର୍ଷୀୟା M.Ed ପାଠ୍ୟକ୍ରମରେ ଆଡମିଶନ ପାଇଁ ଏକ ବିକଳ୍ପ ରହିବ।

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

କିଏ କରିପାରିବେ:

୧ ବର୍ଷୀୟା B.Ed ପାଠ୍ୟକ୍ରମ କରିବାକୁ, ସ୍ନାତକରେ ୪ ବର୍ଷର UG ପ୍ରୋଗ୍ରାମ ବାଛିବା ଆବଶ୍ୟକ। ଯଦି ଆପଣ ୩ ବର୍ଷିଆ ସ୍ନାତକ ପାଠ୍ୟକ୍ରମ କରିଛନ୍ତି ତେବେ ଆପଣ ୧ ବର୍ଷୀୟା B.Ed ପ୍ରୋଗ୍ରାମରେ ଆଡମିଶନ ନେଇପାରିବେ ନାହିଁ।

୩ ବର୍ଷର ସ୍ନାତକ ପାଠ୍ୟକ୍ରମ କରିଥିବା ପ୍ରାର୍ଥୀଙ୍କୁ ପୋଷ୍ଟ ଗ୍ରାଜୁଏସନ୍ ଅର୍ଥାତ୍ ୨ ବର୍ଷୀୟା B.Ed ପାଠ୍ୟକ୍ରମ କରିବାକୁ ପଡିବ। ୨ ବର୍ଷୀୟା ପୋଷ୍ଟ ଗ୍ରାଜୁଏସନ କରିଥିବା ପ୍ରାର୍ଥୀମାନେ ମଧ୍ୟ ୧ ବର୍ଷୀୟା B.Ed ପାଠ୍ୟକ୍ରମରେ ଆଡମିଶନ ନେଇପାରିବେ। B.Edକୁ ପୋଷ୍ଟ୍ ଗ୍ରାଜୁଏସନ ସ୍ତରର ଡିଗ୍ରୀ ଧରାଯାଏ।

୧ ବର୍ଷୀୟା M.Ed:

୧ ବର୍ଷୀୟା M.Ed. ରେଗୁଲାର୍ ମୋଡ୍‌ରେ ଚାଲୁଥିବା ଏକ ଫୁଲ୍ ଟାଇମ୍ ପାଠ୍ୟକ୍ରମ। ଏଥି ସହିତ, ଚାକିରିଆ ଏବଂ ଶିକ୍ଷକ କିମ୍ବା ଶିକ୍ଷା ନେତାମାନେ ଦୁଇ ବର୍ଷର M.Ed ପାଠ୍ୟକ୍ରମ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ, ଏନସିଟିଇ ଅଧ୍ୟକ୍ଷ ପଙ୍କଜ ଆରୋରା କହିଛନ୍ତି ଯେ ୨୦୧୫ ମସିହାରେ ୨ ବର୍ଷର M.Ed ପାଠ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହା କିନ୍ତୁ ଶିକ୍ଷକ ପ୍ରଶିକ୍ଷଣରେ ଅଧିକ ଲାଭ ଦେଇ ନାହିଁ। ଅନେକ ଅନୁଷ୍ଠାନରେ ସିଟ୍ ଖାଲି ରହିଛି। ବର୍ତ୍ତମାନ ନୂତନ M.Ed ପାଠ୍ୟକ୍ରମରେ ଗବେଷଣା ଏବଂ ହ୍ୟାଣ୍ଡ୍‌-ଅନ୍ କମ୍ୟୁନିଟି ଏନ୍‌ଗେଜ୍‌ମେଣ୍ଟ୍ ଟାସ୍କ ସାମିଲ ହେବ।

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ