Advertisment

NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳ

ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।

NCERT

NCERT

Advertisment

NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ସାମିଲ ହେଲା ଜାତୀୟ ଯୁଦ୍ଧ ସ୍ମାରକୀ ସମ୍ପର୍କୀତ ବିଷୟବସ୍ତୁ। ଇଂରାଜୀ ବହି ହନିକମ୍ବରେ ଶେଷ ବିଷୟ ଭାବେ ''ଏ ହୋମେଜ୍ ଟୁ ଆୱାର ବ୍ରେଭ୍ ସୋଲଜର୍ସ'' ନାଁରେ ଏହି ବିଷୟବସ୍ତୁ ପଢ଼ିବେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ। ଏହି ବହିର ଇ ସଂସ୍କରଣ ଏବେ କାଉସିଲର ୱେବସାଇଟରେ ଉପଲ୍ବଧ ହେଉଛି।

Advertisment

ସ୍କୁଲ ପିଲାଙ୍କ ଭିତରେ ଦେଶପ୍ରେମ, ଦେଶଭକ୍ତି ଓ ସାହସ ଜଗାଇବା ଲାଗି ୱାର ମେମୋରିଆଲକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି। ଦେଶ ନିର୍ମାଣ କ୍ଷେତ୍ରେ ଯୁବପୀଢ଼ୀଙ୍କୁ ଉଦବୁଧ କରିବା ଲାଗି ଶିକ୍ଷା ମନ୍ତ୍ରାଳୟ ସହ ମିଳିତ ଭାବେ ଏହି ନିଷ୍ପତ୍ତି ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ବିଷୟରେ ଯୁଦ୍ଧ ସ୍ମାରକୀର ଇତିହାସ, ତାତ୍ପର୍ଯ୍ୟ ଏବଂ ଅବଧାରଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।

NCERT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ