Advertisment

କେମିତି ହେବ ନୂଆ ଜାତୀୟ ଶିକ୍ଷାନୀତି ? ପ୍ରତିକ୍ରିୟା ରଖିଲେ NCERT ନିର୍ଦ୍ଦେଶକ

ବିଶ୍ୱସ୍ତରରେ ଯେପରି ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବେ ସେ ନେଇ ଶିକ୍ଷାରେ ବ୍ୟବସ୍ଥା କରାଯିବ। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡ଼ିଂକୁ ଗୁରୁତ୍ୱ ଦିଆଯିବ।

ଅଦ୍ୟତନ ହୋଇଛି
NCERT Director On National Education Policy

NCERT Director On National Education Policy

Advertisment

ନୂତନ ଜ୍ଞାନ କୌଶଳ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ନୂଆ ଜାତୀୟ ଶିକ୍ଷାନୀତି ହୋଇଛି।  ବିଶ୍ୱସ୍ତରରେ ଯେପରି ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବେ ସେ ନେଇ ଶିକ୍ଷାରେ ବ୍ୟବସ୍ଥା କରାଯିବ। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡ଼ିଂକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷାନୀତିର ଫାଇଦା ସମ୍ପର୍କରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଗସ୍ତରେ ଥିବା NCERT ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି।

Advertisment

NCERT ନିର୍ଦ୍ଦେଶକ କହିଛନ୍ତି, ଜାତୀୟ ଶିକ୍ଷାନୀତି ଖୁବ୍‌ଶୀଘ୍ର ଦେଶରେ କାର୍ଯ୍ୟକାରୀ ହେବ। ପର୍ଯ୍ୟାୟକ୍ରମେ ଏଦିଗରେ କାର୍ଯ୍ୟ ଚାଲିଛି। ସ୍କୁଲ୍‌ ଗୁଡ଼ିକରେ ଏଥିପାଇଁ ସ୍ୱତନ୍ତ୍ର ତାଲିମ ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଯୋଜନା ହୋଇଛି। ଘରୋଇ ସ୍କୁଲର ମନମାନିକୁ ରୋକିବାକୁ ଆମକୁ ପ୍ରୟାସ କରିବାକୁ ହେବ। ରାଜ୍ୟର SCERT ସହ ସମନ୍ୱୟ ରଖି ବହି ପ୍ରସ୍ତୁତିରେ କାମ କରାଯାଉଛି। ମାତୃଭାଷା ସହ ବହୁ ଭାଷା ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି।

ଏହାସହ ଘରୋଇ ସ୍କୁଲରେ NCERT ବହି ବ୍ୟବହାର ହେଉନଥିବା ପ୍ରଶ୍ନର ଜବାବ ବି NCERT ନିର୍ଦ୍ଦେଶକ ରଖିଛନ୍ତି। ଏଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯେଭଳି ନକଲି ବହି ପିଲାଙ୍କ ପାଖରେ ପହଞ୍ଚିବନି ସେ ଦିଗରେ ଧ୍ୟାନ ଦେବାକୁ ହେବ ବୋଲି NCERT ନିର୍ଦ୍ଦେଶକ କହିଛନ୍ତି।

Advertisment
NCERT National Education Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ