• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକକାଳୀନ ପରୀକ୍ଷାରେ ପାସ୍ ହେଲେ ମାଆ ପୁଅ । କେରଳ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାରେ ମାଲାପୁରମ୍ ଅଞ୍ଚଳର ମାଆ ପୁଅ ଏକକାଳୀନ ପାସ୍ କରିଛନ୍ତି । ମାଆ ବିନ୍ଦୁଙ୍କ ବୟସ ୪୨ ବର୍ଷ ହୋଇଥିବା ବେଳେ ପୁଅ ବିବେକଙ୍କୁ ବୟସ ୨୪ ବର୍ଷ । ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା ।

ବିବେକରେ ଦଶମରେ ପଢ଼ୁଥିବା ବେଳେ ବିନ୍ଦୁ ତାଙ୍କୁ ଉତ୍ସାହିତ କରୁଥିଲେ । ଆଉ ସେହି ସମୟରେ ସେ ପୁଅର ବହି ମଧ୍ୟ ପଢ଼ାପଢ଼ି କରୁଛନ୍ତି । ତା’ପର ଠାରୁ ସେ ଘର କାମ କରିବା ସହିତ ପାଠପଢ଼ାରେ ମନୋନିବେଶ କରିଥିଲେ । ଆଉ ତାହା ହିଁ କେରଳ ଜନସେବା ଆୟୋଗ (PSC) ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ପ୍ରେରଣା ଦେଲା । ପରେ ଉଭୟ ମା ଏବଂ ପୁଅ ଏକାଠି କୋଚିଂରେ ଯୋଗ ନେଇଥିଲେ ।

ବିନ୍ଦୁ ଜଣେ ଅଙ୍ଗନୱାଡି ଶିକ୍ଷୟିତ୍ରୀ

ବିନ୍ଦୁ ଗତ ୧୦ ବର୍ଷ ଧରି ଅଙ୍ଗନୱାଡି ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି । ସେ ଘର କାମ ଅଙ୍ଗନୱାଡି ଡ୍ୟୁଟି ପରେ ସେ ପାଠ ପଢ଼ୁଥିଲେ । ବିନ୍ଦୁ PSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ତାଙ୍କର ରାଙ୍କ୍‌ ଅଛି ୯୨ । ସେହିପରି ପୁଅ ବିବେକ PSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ତାଙ୍କର ରାଙ୍କ ଆସିଛି ୩୮ ।

ତେବେ ଉଭୟଙ୍କ ପାଠପଢ଼ ପାଇଁ ବାପା ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ବୋଲି ପୁଅ ବିବେକ୍ କହିଛନ୍ତି । ପାଠପଢ଼ା ପାଇଁ ମଧ୍ୟ ଉଭୟ ମାଆ ପୁଅଙ୍କୁ ଶିକ୍ଷକମାନେ ଉତ୍ସାହିତ କରିଥିଲେ । ଉଭୟ ଏକାଠି ପଢ଼ୁଥିଲେ ମଧ୍ୟ କେବେ ଭାବିନଥିଲେ ଯେ ଏକାଠି ପାସ୍ କରିବେ । ଏବେ ଉଭୟ ଏକାଠି ପାସ୍ କରିବା ପରେ ବେସ୍ ଖୁସିଥିବା କହିଛନ୍ତି ।