Advertisment

+୩ ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ; ଖାଲି ପଡ଼ିଛି ଦେଢ ଲକ୍ଷରୁ ଅଧିକ ସିଟ୍‌...

ରାଜ୍ୟରେ ସ୍ନାତକ ପାଠ୍ୟକ୍ରମ ପ୍ରତି ବିମୁଖ ଛାତ୍ରଛାତ୍ରୀ ! ଯୁକ୍ତ ୨ ଶିକ୍ଷା ଗ୍ରହଣ ପରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ରାଜ୍ୟରେ ଯୁକ୍ତ ୩ ବା ସ୍ନାତକ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୧୧ ତାରିଖରେ ଶେଷ ହୋଇଥିବା ବେଳେ ୧ଲକ୍ଷ ୫୩ହଜାର ୨୪୨ ସିଟ୍ ଖାଲି ପଡିଛି ।

Graduation

Graduation

Advertisment

ରାଜ୍ୟରେ ସ୍ନାତକ ପାଠ୍ୟକ୍ରମ ପ୍ରତି ବିମୁଖ ଛାତ୍ରଛାତ୍ରୀ ! ଯୁକ୍ତ ୨ ଶିକ୍ଷା ଗ୍ରହଣ ପରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ରାଜ୍ୟରେ ଯୁକ୍ତ ୩ ବା ସ୍ନାତକ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୧୧ ତାରିଖରେ ଶେଷ ହୋଇଥିବା ବେଳେ ୧ଲକ୍ଷ ୫୩ହଜାର ୨୪୨ ସିଟ୍ ଖାଲି ପଡିଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟର ସବୁ ଯୁକ୍ତ ତିନି ମହାବିଦ୍ୟାଳୟରେ ଯେତିକି ସିଟ୍ ଖାଲି ଅଛି ତା ଠାରୁ ବହୁ କମ୍ ପିଲା ଏଥର ଆଡମିଶନ ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍।

Advertisment

ଗଲା ୧୧ ତାରିଖ ଦିନ ରାଜ୍ୟରେ ଯୁକ୍ତ ତିନି ପାଇଁ ୨ଟି ପର୍ଯ୍ୟାୟରେ ନାମ ଲେଖା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୯୨ ହଜାର ୨୪୭ ଜଣ ନାମ ଲେଖାଇଛନ୍ତି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ୪୩ ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପାଖାପାଖି ୩୦ ହଜାର ପିଲା ନାମ ଲେଖାଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ପରେ ରାଜ୍ୟରେ ହାରାହାରି ୫୬ ପ୍ରତିଶତ ସିଟ୍ ବଳକା ପଡିଛି।

ଏପରିକି ବିଜ୍ଞାନ ପାଠ୍ୟକ୍ରମରେ ବି ଅଧିକାଂଶ ସିଟ୍ ଫାଙ୍କା। ବାଲେଶ୍ବର ଓ ନବରଙ୍ଗପୁର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କହିବା କଥା, ସ୍ନାତକ ଅପେକ୍ଷା ବୈଷୟିକ କିମ୍ବା ନର୍ସିଂ ଭଳି ପାଠ୍ୟକ୍ରମରେ ନିଯୁକ୍ତି ସୁଯୋଗ ଅଧିକ ରହୁଛି। ସ୍ଥିତି ଏମିତି ବି ହୋଇଛି କିଛି ଜିଲ୍ଲାରେ ଏଯାଏ ୫୦ ପ୍ରତିଶତ ଉପରେ ସିଟ୍ ବଳକା ପଡିଛି। ତଥ୍ୟ କହୁଛି, ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ୧୦୨୪ଟି କଲେଜର ୨ ଲକ୍ଷ ୫୫ ହଜାର ୯୮୦ ସିଟରେ ନାମଲେଖା ହୋଇଥିଲା। ତେବେ ସମସ୍ତ ପ୍ରକାର ନାମଲେଖା ପ୍ରକ୍ରିୟା ଶେଷ ହେବାପରେ ମଧ୍ୟ ୬୩ ହଜାର ୪୨୨ ସିଟ୍ ଖାଲି ପଡିଥିଲା।

Advertisment

୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୪୭ କଲେଜରେ ୨ ଲକ୍ଷ ୭୧ ହଜାର ୯୧ ସିଟରେ ନାଁ ଲେଖା ହୋଇଥିବା ବେଳେ ୮୪ ହଜାର ୭୮୧ ସିଟ୍ ବଳକା ପଡିଥିଲା। ୨୦୨୪-୨୫ ଶିକ୍ଷା ବର୍ଷରେ ୧୦୫୬ କଲେଜରେ ମୋଟ ସିଟ୍ ୨ ଲକ୍ଷ ୭୪ ହଜାର ୩୩୧ ସିଟରେ ନାମ ଲେଖା ପାଇଁ ୨ ଲକ୍ଷ ୩୭ ହଜାର ୭୯୫ ଜଣ ପିଲା ଆବେଦନ କରିଛନ୍ତି। ତେଣୁ ସିଟ୍ ଖାଲିପଡିବା ଏକ ପ୍ରକାର ଥୟ । ତେଣେ ଶିକ୍ଷାବିତଙ୍କ କହିବା କଥା ପ୍ରଫେସନାଲ କୋର୍ସ ପ୍ରତି ଆକୃଷ୍ଟ ହେବା, ସାମ୍ସର ଜଟିଳ ପ୍ରକ୍ରିୟା ଏବଂ ଡ୍ରପ ଆଉଟ୍ ମୁଖ୍ୟ କାରଣ। ତେଣେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା ଦେଇନଥିଲେବି ଘଟଣାର ତର୍ଜମା କରିବେ ବୋଲି କହିଛନ୍ତି। ତୃତୀୟ ପର୍ଯ୍ୟାୟ ଚୟନ ତାଲିକା ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ। 

Higher Education Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ