ବଦଳିଲା 'ମୋ ସ୍କୁଲ୍' ନାଁ; ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା ।

ମୋ ସ୍କୁଲ୍ ଅଭିଯାନ ନାଁ ବଦଳିଲା

ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା । ବିଜେଡି ସରକାର ସମୟରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ନୂଆ ନାଁ ରଖାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଚିଠି କରାଯାଇଛି ।

୨୦୧୭ ମସିହା ନଭେମ୍ୱର ୧୪ ଶିଶୁ ଦିବସ ଅବସରରେ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ନିମନ୍ତେ ବିଭିନ୍ନ ଲୋକଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ମଞ୍ଚଟିଏ ଯୋଗାଇବା ଏହାର ଉଦ୍ଦେଶ୍ୟ ଥିଲା।

ସ୍କୁଲଗୁଡ଼ିକର ବିକାଶ ଲାଗି ସ୍ୱେଚ୍ଛାକୃତ ଅବଦାନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ଥିଲା। ଓଡ଼ିଶା ସ୍କୁଲ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ବ୍ୟକ୍ତିବିଶେଷ, ସଂଘ, ସାମାଜିକ ପ୍ରଭାବ ସଂଗଠନ, ପ୍ରତିଷ୍ଠାନ, ଦାତବ୍ୟ ଅନୁଷ୍ଠାନ, କମ୍ପାନି ଓ ଅନ୍ୟମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ରାଜ୍ୟର ସ୍କୁଲ ବ୍ୟବସ୍ଥାକୁ ଉନ୍ନତ କରିବାକୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଅଭିଜ୍ଞତା, ସଫଳତା, ପ୍ରଭାବ ଓ ବିଶ୍ୱବ୍ୟାପୀ ଯୋଗାଯୋଗର ଉପଯୋଗ କରିବା ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା।