Advertisment

‘ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ’

ସ୍କୁଲ୍‌ ଖୋଲିବା ନେଇ ହେଉଛି ପ୍ରସ୍ତୁତି। ଏନେଇ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଅଦ୍ୟତନ ହୋଇଛି
Plus 2 Classes

Minister Samir Dash Over Reopening Of Schools & Colleges

Advertisment

ସ୍କୁଲ୍‌ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି। ଏନେଇ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। 

Advertisment

ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହାସହ ସମସ୍ତ ବ୍ୟବସ୍ଥାକୁ ପାଳନ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବାକୁ ଯାଉଛି ଶିକ୍ଷାନୁଷ୍ଠାନ। କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସ୍କୁଲ୍‌, କଲେଜ ସହ ସମ୍ପୃକ୍ତ ହଷ୍ଟେଲ୍‌ ଗୁଡ଼ିକ ମଧ୍ୟ ଖୋଲିବ। ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ କିମ୍ବା ଅନଲାଇନ କ୍ଲାସ୍‌ କରିପାରିବେ। ପାଠପଢ଼ାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ରିଜ୍ କୋର୍ସ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ହେଲେ ଖରାଛୁଟି ଅବଧି କମାଇ ପାରିବେ ବିଭିନ୍ନ ବିଭାଗ। ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ। ସେହିପରି ଆସନ୍ତା ୧୪ ତାରିଖରେ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ।

Advertisment
School Reopening Minister Samir Ranjan Dash College Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ