Advertisment

ପରୀକ୍ଷା ଦେଇ ୫୩%କୁ ୯୧% ମାର୍କ କରିଦେଲେ କରିସ୍ମା, ହେଲେ ଏବେ ପାଠ ପଢ଼ିବାକୁ ସମ୍ବଳ ନାହିଁ

ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ।

ଅଦ୍ୟତନ ହୋଇଛି
karishma

karishma

Advertisment

ନୀଳଗିରି( ବିଶ୍ୱମ୍ବର ଦାସ) : ଧନୀ ନୁହେଁ ଜ୍ଞାନୀ ହେବାର ସ୍ୱପ୍ନ ଦେଖୁଛନ୍ତି ଗରିବ ଘରର ଝିଅ । ପାଠ ପଢ଼ିବାର ଇଚ୍ଛା ଥିଲେ ବି ଦିନ ମଜୁରିଆ ବାପା ପଢ଼ାଇବାକୁ ଅକ୍ଷମ । ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର । ହେଲେ ଯୁକ୍ତ ଦୁଇରେ ମିଳିଥିବା ମାର୍କକୁ ଚ୍ୟାଲେଞ୍ଜ କରି ପୁଣି ଥରେ ପରୀକ୍ଷା ଦେଇଥିଲେ । ପାଖାପାଖି ଦୁଇଗୁଣ ଅଧିକ ନମ୍ବର ବି ରଖିଲେ । ହେଲେ ଏବେ ଆଗକୁ ପାଠ ପଢିବାକୁ ପରିବାର ଆର୍ଥିକ ସ୍ଥିତି ଦେଉନି ଅନୁମତି । ଏପରି ସ୍ଥଳେ ମଉଳି ଯିବକି ମେଧାବୀ ଛାତ୍ରୀଙ୍କ ମନର ଆଶା ? ପାଠ ପଢ଼ାରେ ଡୋରି ବନ୍ଧା ହୋଇଯିବକି ବୋଲି ପ୍ରଶ୍ନ ଉଠୁଛି ।

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଆରବନ୍ଧ ପଂଚୟତ ଉପରଡ଼ିହା ଗ୍ରାମର ମହେନ୍ଦ୍ର ନାୟକଙ୍କ ଝିଅ କରିସ୍ମା ନାୟକ । ଆଗକୁ ପାଠ ପଢ଼ିବା ପାଇଁ ଭାରି ଇଚ୍ଛା, ତାଙ୍କ ଆଖିରେ ଆଖିଏ ସ୍ୱପ୍ନ । ନିଜକୁ ଜଣେ ଅଧ୍ୟାପିକା ଭାବେ ଗଢି ତୋଳିବାକୁ ଇଚ୍ଛା । ଗରିବ ପିଲାମାନଙ୍କୁ ପାଠ ପଢ଼ାଇ ବିଦ୍ୟାରେ କିପରି ଧନୀ କରିବେ ତାହା ପିଲାଟି ଦିନରୁ ସ୍ୱପ୍ନ ଦେଖି ଆସିଛନ୍ତି । ଘରୁ ପ୍ରତିଦିନ ପାଞ୍ଚ କିଲୋମିଟର ସାଇକେଲ ଚଳାଇ ବରହମପୁର କଲେଜକୁ ପାଠ ପଢ଼ିବାକୁ ଯାଉଥିଲେ । କୌଣସିମତେ କଷ୍ଟେମଷ୍ଟେ ଯୁକ୍ତ ଦୁଇ ପଢ଼ା ଶେଷ କରିଦେଲେ ।

କରୋନା ଯୋଗୁ ଯୁକ୍ତ ଦୁଇରେ ପରୀକ୍ଷା ନହୋଇ ମାଟ୍ରିକ ମାର୍କ ଅନୁସାରେ ପ୍ରଥମେ ତାଙ୍କୁ ୫୩ ପ୍ରତିଶତ ମାର୍କ ମିଳିଥିଲା । ହେଲେ ଏଥିରେ ସନ୍ତୁଷ୍ଟ ନହୋଇ କରିସ୍ମା ପୁଣିଥରେ ପରୀକ୍ଷା ଦେବା ଚେଲେଞ୍ଜକୁ ଗ୍ରହଣ କରି ପରୀକ୍ଷା ଦେଲେ । ଯେଉଁଥିରେ ୫୪୬ ନମ୍ବର ରଖି ସେ ୯୧ ପ୍ରତିଶତ ମାର୍କ ରଖିଛନ୍ତି । ଫକୀରମୋହନ କଲେଜରେ ପାଠ ପଢିବାକୁ ଇଛା ଥିଲେ ବି ଅର୍ଥ ଅନଟନ ପାଇଁ ଇଚ୍ଛାକୁ ଚାପି ନୀଳଗିରି କଲେଜରେ ପ୍ରଥମ ସିଲେକ୍ସନରେ ଫର୍ମ ପକାଇଛନ୍ତି ।

Advertisment

ହେଲେ ଆଗକୁ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ଆଖି ପାଉଛି । ବରହମପୁର କଲେଜରେ ସେ ପଢ଼ିବାକୁ ଚାହୁଁଥିବା ବିଷୟର ସୁବିଧା ନାହିଁ । ଯୁକ୍ତ ଦୁଇ ଯାଏ ଘରେ କୁନି କୁନି ପିଲାଙ୍କୁ ଟିଉସୁନ ପଢ଼ାଇ କିଛି ଟଙ୍କା ରୋଜଗାର କରି ପାଠ ପଢିପାରିଲେ । ହେଲେ ଏବେ ନୀଳଗିରି କଲେଜରେ ପଢିବାକୁ ହେଲେ ମେସ୍ ଖର୍ଚ୍ଚ ସହ ବହିପତ୍ର କିଣିବାକୁ ପଡ଼ିବ । ହେଲେ ଏତେ ସବୁ ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ନୀଳଗିରିରେ ମେସରେ ରହି ପିଲାଙ୍କୁ ଟିଉସୁନ କରିବା ବି ସମ୍ଭବ ନୁହଁ । କିନ୍ତୁ ନୀଳଗିରିରେ ରହି ପାଠ ପଢ଼ାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହଁ ବୋଲି ସେ କହିଛନ୍ତି।

ପରିବାରର ଅର୍ଥ ରୋଜଗାର କହିଲେ ଦିନ ମଜୁରିଆ ଭାବେ ବାପା । ମୂଲମଜୁରୀ ଲାଗି ଯେତିକି ଆଣନ୍ତି ସେଥିରେ ଛ ପ୍ରାଣୀକୁଟୁମ୍ବ ଚଳନ୍ତି । ଯେଉଁଥିରେ ଅର୍ଥ ସଞ୍ଚି ଝିଅକୁ ପଢ଼ାଇବା ଅସମ୍ଭବ ବୋଲି ସେ କହିଛନ୍ତି । ମାବି ନିରୁପାୟ ।ଝିଅର ପାଠପଢିବା ଇଛା ଥିଲେ ବି ତାକୁ ଆଗକୁ କିଭଳି ପଠାଇବା ଚିନ୍ତାରେ ପରିବାର ଅଛନ୍ତି । ଏଭଳି ମେଧାବୀ ଛାତ୍ରୀ ବଣମଲ୍ଲୀ ହୋଇ ମଉଳି ନଯାଇ କିଭିଲି ସୁଯୋଗଟିଏ ପାଇଲେ ଆଗକୁ ପଢିପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

Advertisment

ତେବେ ଏଭଳି ସଂଘର୍ଷର ସ୍ଥିତି ଦେଇ ଗତି କରୁଥିବା କରିସ୍ମାଙ୍କ ସମ୍ପର୍କରେ ଜାଣିବା ପରେ ନୀଳଗିରି କଲେଜର ଅଧ୍ୟକ୍ଷାଙ୍କୁ ଭେଟିଥିଲୁ । ସେ ତାଙ୍କ କଲେଜ ପାଇଁ ଗର୍ବ ବୋଲି କହିବା ସହ ପାରୁପର୍ଯ୍ୟନ୍ତ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Meritorious Student Karishma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ