Advertisment

ଦିନରେ ଠେଲାରେ ଜଳଖିଆ ବିକା, ରାତିରେ ପାଠପଢା : ମାଟ୍ରିକରେ ୮୮ ପ୍ରତିଶତ ରଖି ଉତୀର୍ଣ୍ଣ ହେଲେ ବିକାଶ

ଏପଟେ ନିଜ ଗାଁର ପ୍ରଥମ ଛାତ୍ର ଭାବେ ମାଟ୍ରିକ୍ ପାସ୍ କଲେ କଳାହାଣ୍ଡି ଲାଂଜିଗଡ ଜାରେଙ୍ଗପଟାର ସନ୍ଦୀପ ମାଝୀ

ଅଦ୍ୟତନ ହୋଇଛି
Special story

Special story

Advertisment

ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ । ଆର୍ଥିକ ଅନଟନ ମଧ୍ୟରେ ପରିବାର ପ୍ରତିପୋଷଣର ଦାୟିତ୍ୱ ମୁଣ୍ଡାଇ ଦଶମ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ଗଂଜାମ ବେଗୁନିଆପଡା ବ୍ଳକ କେ.ରାଣୀପଡାର ବିକାଶ ସାହୁ । ଠେଲାଗାଡିରେ ଜଳଖିଆ ବିକି ପାଠ ପଢୁଥିବା ବିକାଶ ମାଟ୍ରିକରେ ରଖିଛନ୍ତି ୫୩୨ ନମ୍ବର । ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକଣ ଆଦିବାସୀ ଅଧ୍ୟୁଷିତ ଗାଁ ଜାରେଙ୍ଗପଟାରେ ପ୍ରଥମଥର ପାଇଁ ଜଣେ ଛାତ୍ର ସନ୍ଦୀପ ମାଝୀ ମାଟ୍ରିକ ପାସ୍ କରିଛନ୍ତି ।

Advertisment

ଗଂଜାମ ବେଗୁନିଆପଡା ବ୍ଳକ୍ କେ.ରାଣୀପଡାର ବିକାଶ ସାହୁ ।୨୦୧୭ରେ ବାପା ଚାଲିଗଲେ । ସେବେଠୁ ପରିବାର ପ୍ରତିପୋଷଣର ଦାୟିତ୍ୱ । ସଞ୍ଜ ନଇଁବା ପୂର୍ବରୁ ଗାଁ ଦାଣ୍ଡରେ ଗଡେ ବିକାଶଙ୍କ ଠେଲା । ସାଙ୍ଗରେ ସାନଭାଇ ଆଉ ସୁଆଦିଆ ଜଳଖିଆ । ଏ ସାହିରୁ ସେ ସାହି, ଏଗାଁରୁ ସେଗାଁ ବୁଲି ଜଳଖିଆ ବିକ୍ରି କରନ୍ତି ବିକାଶ । ଯାହା ଆୟ ହୁଏ ପରିବାର ଚଳେ ।

ତାଙ୍କ କାନ୍ଧରେ ଝାଟିମାଟିର ଘରେ ମାଆ, ସାନ ଭାଇ-ଭଉଣୀ ଆଉ ସେ ହେଲେ କେବେବି ପଛଘୁଂଚା ଦେଇନାହାନ୍ତି ବିକାଶ । ଜଳଖିଆ ବିକିବା ସହ ଜାରି ରଖିଥିଲେ ପାଠପଢା, ଆଉ ତାର ଫଳ ସ୍ୱରୂପ ମାଟ୍ରିକରେ ବିକାଶଙ୍କୁ ମିଳିଛି ସଫଳତା । ଏ-ଗ୍ରେଡ୍ ସହ ୬ଶହରୁ ରଖିଛନ୍ତି ୫୩୨ ନମ୍ବର । ଆଗକୁ ପାଠ ପଢି ଡାକ୍ତର ହେବା ତାଙ୍କର ଲକ୍ଷ୍ୟ ।

Advertisment

ସେପଟେ କଳାହାଣ୍ଡି ଲାଂଜିଗଡ ବ୍ଳକ୍ ପୋଖରୀବନ୍ଧ ପଂଚାୟତର ଜାରେଙ୍ଗପଟା ଗାଁର ଅଧିକାଂଶ ପିଲା ସ୍କୁଲ ଯାଆନ୍ତିନି । କାଁ ଭାଁ ଯିଏ ବି ଯାଆନ୍ତି ଅଧାରୁ ପାଠ ଛାଡି ଚାଲିଯାଆନ୍ତି ଦାଦନ ଖଟି । ସେଥିପାଇଁ ଆଜିଯାଏଁ ଗାଁର କେହି ବି ମାଟ୍ରିକ ପାସ୍ କରିନଥିଲେ । ହେଲେ ଏହି ଧାରା ଭାଙ୍ଗିଛନ୍ତି ଗାଁର ସନ୍ଦୀପ ମାଝୀ । ପୋଖରୀବନ୍ଧ ହାଇସ୍କୁଲରୁ ପ୍ରଥମ ଛାତ୍ର ଭାବେ ୩୩୦ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ସନ୍ଦୀପ । ତାଙ୍କର ଏହି ସଫଳତାରେ ଗାଁଲୋକଙ୍କ ଖୁସି କହିଲେ ନସରେ ।

Advertisment
Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ