Advertisment

ଅଗଷ୍ଟ ୨୨ ମଧ୍ୟରେ ମାଟ୍ରିକ ରେଜଲ୍ଟ

ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପରୀକ୍ଷାଫଳ ଅଗଷ୍ଟ ୨୨ ସୁଦ୍ଧା ବାହାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି।

ଅଦ୍ୟତନ ହୋଇଛି
ଅଗଷ୍ଟ ୨୨ ମଧ୍ୟରେ ମାଟ୍ରିକ ରେଜଲ୍ଟ

Matric Exam

Advertisment

ଭୁବନେଶ୍ୱର: ଅଫଲାଇନ୍ ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ୧୫,୧୧୫ ଜଣ ଫର୍ମ ପୂରଣ କରିଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୩୧୫ ଫର୍ମ ପୂରଣ କରିଛନ୍ତି। ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଅଗଷ୍ଟ ୨୨ ମଧ୍ୟରେ ରେଜଲ୍ଟ ବାହାର କରାଯିବ। ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। 

Advertisment

୧. କୋଭିଡ୍ ଗାଇଡଲାଇନ୍‌ରେ ମାଟ୍ରିକ ପରୀକ୍ଷା ହେବ।

୨. ବିନା ମାସ୍କରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେନି।

୩. ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି।

୪. ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ୍ କରାଯିବ।

୫. ପରୀକ୍ଷା ଆରମ୍ଭ ପୂର୍ବରୁ ଓ ସରିବା ପରେ ସାନିଟାଇଜ୍ କରାଯିବ।

ମାଟ୍ରିକ୍ ପରୀ‍କ୍ଷାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ତେବେ ରାଜ୍ୟବ୍ୟପୀ ପିଲାଙ୍କ ଅସନ୍ତୋଷ ଦେଖିବା ପରେ ବିକଳ୍ପ ଅଫଲାଇନ୍ ପରୀକ୍ଷା ପାଇଁ ବୋର୍ଡ ଘୋଷଣା କରିଥିଲା। ଯଦି ଅସନ୍ତୁଷ୍ଟ ଅଛ, ପରୀକ୍ଷା ଦିଅ, ମାର୍କ ନିଅ ବୋଲି ବୋର୍ଡ କର୍ତ୍ତୃପ‍କ୍ଷ ସ୍ପଷ୍ଟ କରିଥିଲେ।

ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଏବଂ ଦଶମ ପିଲାଙ୍କ ମୂଲ୍ୟାୟନ କରାଯିବ। ସେଥିପାଇଁ ସବୁ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ। ତେଣୁ ନବମ, ଦଶମ ପିଲା ସବୁ ପରୀକ୍ଷାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ନବମ ଏବଂ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଚେମ୍ବର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ପରୀକ୍ଷା ହେବ।

Advertisment

ଆସେସମେଣ୍ଟ ପରୀକ୍ଷା ସରିଲେ ହେବ ଫାଇନାଲ ପରୀକ୍ଷା ହେବ। ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ।  

Odisha News COVID-19 Lockdown Odisha Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ