Matric Examination 2022 Admit Cards Available Online
ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ । ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ ।
ଆଜି ସକାଳ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ସ୍କୁଲ କୋଡ୍ ଓ ପାସଓ୍ବାର୍ଡ ଜରିଆରେ ଡାଉନଲୋଡ୍ କରିବେ ସ୍କୁଲ୍ କର୍ତ୍ତୃପକ୍ଷ ।
ତେବେ ପତ୍ରବିନିମୟ ଓ ମଧ୍ୟମା ଛାତ୍ରଛାତ୍ରୀ ମାନେ ୱେବସାଇଟରେ ନିଜ ନାମ ଓ ପିତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡାଉନଲୋଡ ଆଡମିଟ କାର୍ଡରେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷର ବାଧ୍ୟତାମୂଳକ କରାଯାଇଛି ।
ଅନ୍ୟପକ୍ଷେ, ଏଣିକି ୧୦୦% ସିଲାବସ୍ରେ ପାଠପଢ଼ା ହେବ । ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ। ଶତ ପ୍ରତିଶତ କୋର୍ସରେ ପାଠପଢ଼ା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ କଟା ଯାଇଥିଲା। ମହାମାରୀ ପ୍ରଭାବ ନଥିବାରୁ ପୂର୍ବ ଭଳି ପରୀକ୍ଷା କରିବାକୁ CBSE ନିଷ୍ପତ୍ତି ନେଇଛି। ଆମେ ମଧ୍ୟ ଏ ବିଷୟ ନେଇ ଚିନ୍ତା କରୁଛୁ। ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପୂର୍ବରୁ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650332722.jpg)