Advertisment

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ଆଉ ହେବନି ସମ୍ମେଟିଭ ପରୀକ୍ଷା

ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Odisha Matric Exam Pattern Changed

Odisha Matric Exam

Advertisment

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ । ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ । ନବମ ପାଇଁ ବାର୍ଷିକ ପରୀକ୍ଷା ହେବ, ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । କରୋନା ପାଇଁ ସମେଟିଭ ବ୍ୟବସ୍ଥା ହୋଇଥିଲା । କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ବୋର୍ଡ ସଭାପତି କହିଛନ୍ତି, ନବମ ଶ୍ରେଣୀରେ ହେଉଥିବା ଦୁଇଟି ସମ୍ମେଟିଭ୍‌ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ନବମ ଶ୍ରେଣୀରେ ଆଉ ସମ୍ମେଟିଭ୍‌ ପରୀକ୍ଷା ହେବନାହିଁ। କେବଳ ବାର୍ଷିକ ପରୀକ୍ଷା ହେବ। ସେଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ। ବୋର୍ଡ ପ୍ରଶ୍ନପତ୍ର ସବୁ ଡିଇଓଙ୍କୁ ପଠାଇବ। ତା’ପରେ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ। ସ୍କୁଲ ପରୀକ୍ଷା ପରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷାଫଳ ପ୍ରକାଶ କରିବ ବୋଲି ବୋର୍ଡ ସଭାପତି କହିଛନ୍ତି ।

Advertisment

ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ ମେ’ ୨୬ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ ବୋଲି ବୋର୍ଡ ସଭାପତି କହିଛନ୍ତି।

Board Of Secondary Education BSE Odisha Matric Exam BSE Class 10 Exam Odisha Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ