Advertisment

ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି

ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି।

Matric Exam Form Fill Up Deadline Extend

Matric Exam Form Fill Up Deadline Extend

Advertisment

ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି। ଏହାପରେ ଆଉ ଅବଧି ବଢ଼ିବନି ବୋଲି ବୋର୍ଡ ସ୍ପଷ୍ଟ କରିଛି। 

Advertisment

ସୂଚନାଥାଉ କି, ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୪ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମାଟ୍ରିକ୍‌ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ସେହିପରି ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବ। ଅତିକମ୍‌ରେ ଖାତାଦେଖା ୧୨ ଦିନ ଚାଲିବ। 

ସୂଚନାଥାଉ କି, ଆଗାମୀ ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା ପରିବର୍ତ୍ତନ କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ ।

Advertisment

ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ । ନବମ ପାଇଁ ବାର୍ଷିକ ପରୀକ୍ଷା ହେବ, ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । କରୋନା ପାଇଁ ସମେଟିଭ ବ୍ୟବସ୍ଥା ହୋଇଥିଲା । କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ