Advertisment

ସାମ୍ବାଦିକଙ୍କୁ ସ୍କୁଲ୍‌ ମନା, ବିନା ଅନୁମତିରେ ଏଣ୍ଟ୍ରି କଲେ ରୁଜୁ ହେବ FIR

ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମ୍ୟାନ୍‌ ବିନା ଅନୁମତିରେ  ସ୍କୁଲରେ ପ୍ରବେଶ କରନ୍ତି ତେବେ ପ୍ରଧାନ ଶିକ୍ଷକ ତୁରନ୍ତ ତାଙ୍କ ନାଁରେ ଥାନାରେ FIR ଦେବାକୁ କୁହାଯାଇଛି।

Lodge FIR against media persons for unauthorised entry in school campus

Lodge FIR against media persons for unauthorised entry in school campus

Advertisment

ବିନା ଅନୁମତିରେ ସ୍କୁଲ୍‌ କ୍ୟାମ୍ପସ ଭିତରେ ପଶି ଗଣମାଧ୍ୟମ ପ୍ରତିନିଧି ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍ ଶିକ୍ଷାଧିକାରୀ ଏନେଇ ବ୍ଳକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି।

Advertisment

ଚିଠିରେ ବିଇଓ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମ୍ୟାନ୍‌ ବିନା ଅନୁମତିରେ  ସ୍କୁଲରେ ପ୍ରବେଶ କରନ୍ତି ତେବେ ପ୍ରଧାନ ଶିକ୍ଷକ ତୁରନ୍ତ ତାଙ୍କ ନାଁରେ ଥାନାରେ FIR ଦେବାକୁ କୁହାଯାଇଛି। 

ଏପରିକି ଯଦି ସ୍କୁଲ୍‌ ପ୍ରଧାନଶିକ୍ଷକ କିମ୍ବା ଶିକ୍ଷକ ଏଥିରେ ଅବହେଳା କରନ୍ତି ତେବେ ସେମାନଙ୍କ ନାଁରେ ଏତଲା ଦିଆଯିବ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ବିଇଓ। 

Advertisment
Journalists Media Persons School Campus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ