Advertisment

Students Scholarship: ୧୦ ବର୍ଷରେ ୫୦ ହଜାର ଛାତ୍ରବୃତ୍ତି ପ୍ରଦାନ କରିବାକୁ ଯୋଜନା

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

ଅଦ୍ୟତନ ହୋଇଛି
ଛାତ୍ରବୃତ୍ତି ତାଲିକା ପ୍ରକାଶ

ଛାତ୍ରବୃତ୍ତି ତାଲିକା ପ୍ରକାଶ

Advertisment

ଗରିବ ଓ ମେଧାବି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ଦିଗରେ ଉତ୍ସାହିତ କରିବାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିରନ୍ତର ଉଦ୍ୟମ ଜାରି ରହିଛି। ବିଭିନ୍ନ ବିଭାଗରେ ଉଭୟ ଭାରତ ଓ ଓଡ଼ିଶା ସରକାର ଗରିବ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବୃତ୍ତି ଦେବା ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ସମାଜର ଗରିବ ପିଲାମାନଙ୍କର ପାଠପଢ଼ି ସ୍ୱପ୍ନ ପୂରଣ ହୋଇପାରୁଛି।

Advertisment

ଏହି କ୍ରମରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ଛାତ୍ରବୃତ୍ତି ପାଇଁ ସମଗ୍ର ଭାରତରୁ ୫,୦୦୦ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କମ୍ପାନୀର ପ୍ରତିଷ୍ଠାତା ତଥା ଭୁତପୂର୍ବ ଶିଳ୍ପପତି ଧୀରୁଭାଇ ଅମ୍ବାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ମନୋନୀତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ୨୦୨୪-୨୫ ଅଣ୍ଡର ଗ୍ରାଜୁଏଟ ବୃତ୍ତି ଅଧୀନରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ। ଏହି ଛାତ୍ରବୃତ୍ତି ପାଇଁ ୧ ଲକ୍ଷରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ପାରିବାରିକ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍‌।

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

Advertisment

ଏକ ଲକ୍ଷ ଆବେଦନକୁ ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି ଯେ, "ମନୋନୀତ ଛାତ୍ରଛାତ୍ରୀମାନେ ଦେଶର ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଶିକ୍ଷା ହେଉଛି ଭବିଷ୍ୟତର ଚାବିକାଠି ଏବଂ ଆମେ ଏହି ଛାତ୍ରଛାତ୍ରୀଙ୍କ ଶିକ୍ଷା ଯାତ୍ରାର ଏକ ଅଂଶ ହୋଇ ଗର୍ବ ଅନୁଭବ କରୁଛୁ। ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ବୃତ୍ତି ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିବା, ଯାହା ଫଳରେ ଭାରତର ବିକାଶରେ ସେମାନେ ନିଜର ଯୋଗଦାନ ଦେଇପାରିବେ।"

ଛାତ୍ରବୃତ୍ତିର ସମ୍ପୂର୍ଣ୍ଣ ତାଲିକା www.reliancefoundation.org ଦେଖିବାକୁ ମିଳିବ। ୧୭ ଅଙ୍କ ବିଶିଷ୍ଟ ଆବେଦନ ସଂଖ୍ୟା କିମ୍ବା ପଞ୍ଜୀକୃତ ଇମେଲ୍ ଆଇଡି ଦେଇ ଫଳାଫଳ ଜାଣିପାରିବେ। ୨୦୨୨ ଡିସେମ୍ବରରେ ରିଲାଏନ୍ସ ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ୫୧୦୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯାଉଛି। ରିଲାଏନ୍ସ ଫାଉଣ୍ଡେସନର ଛାତ୍ରବୃତ୍ତିର ଭାରତର ସର୍ବବୃହତ ଘରୋଇ ଛାତ୍ରବୃତ୍ତି ଭାବରେ ରେକର୍ଡ ମଧ୍ୟ ରହିଛି।

Advertisment
Student Reliance Scholarships
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ