ଦେଶର ଆଗଧାଡିର ସରକାରୀ ବିଦ୍ୟାଳୟ ମଧ୍ୟରୁ ଅନ୍ୟୟମ କେନ୍ଦ୍ରୀୟ ବିଦ୍ୟାଳୟ(KVS) ରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରତିବର୍ଷ ପରି, ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲାସ୍ ୨ରେ ଆଡ୍ମିଶନ ପ୍ରକ୍ରିୟା ୦୨ ଏପ୍ରିଲରୁ ଆରମ୍ଭ ହେଉଛି।
KVS ଏକାଡେମିକ୍ ଅଧିବେଶନ ୨୦୨୫-୨୬ ପାଇଁ ଆଡ୍ମିଶନ ସହିତ ଜଡିତ ସର୍ବଶେଷ ତଥ୍ୟ kvsangathan.nic.in ରେ ଯାଞ୍ଚ କରାଯାଇପାରିବ। ଯଦି ଆପଣ ଚାହାଁନ୍ତି, ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିପାରିବେ।
କେନ୍ଦ୍ରୀୟ ବିଦ୍ୟାଳୟ ବାଲ୍ବାଟିକା ଏବଂ କ୍ଲାସ୍ ୧ରେ ଆଡମିଶନ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ କେଭିଏସ୍ ବାଲ୍ବାଟିକା-୨ ଏବଂ କ୍ଲାସ୍ ୨ ରୁ ୯ ଓ ୧୧ରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ।
Also Read
କେନ୍ଦ୍ରୀୟ ବିଦ୍ୟାଳୟ ବାଲବାଟିକା ଏବଂ କ୍ଲାସ୍ ୦୧ରେ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମୋଡ୍ରେ କରାଯାଇଥିଲା। ତେବେ ଆସନ୍ତୁ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା, ବୟସ ସୀମା ଏବଂ ଆବେଦନ ଶୁଳ୍କ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଜାଣିବା।
ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ
କିପରି ନେବେ ଆଡମିଶନ:
- କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ୦୨ ଏପ୍ରିଲ ୨୦୨୫ରୁ ଆରମ୍ଭ ହେବ।
- ୨ ରୁ ୮ କ୍ଲାସ୍ (ଯଦି ସିଟ୍ ଖାଲି ଥାଏ):
- ଅଫ୍ଲାଇନ୍ ଆବେଦନ ଆରମ୍ଭ: ୦୨ ଏପ୍ରିଲ ୨୦୨୫
- ଆବେଦନର ଶେଷ: ୧୧ ଏପ୍ରିଲ ୨୦୨୫
- କ୍ଲାସ୍ ୯: ପ୍ରବେଶିକା ପରୀକ୍ଷା ଆଧାରରେ (ତାରିଖ ପୃଥକ ଭାବରେ ଘୋଷଣା କରାଯିବ)
କ୍ଲାସ ୧୧:
ଦଶମ CBSE ବୋର୍ଡ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ
ଶେଷ ତାରିଖ : CBSE ବୋର୍ଡ ଫଳାଫଳ ୨୦୨୫ ପରେ କାର୍ଯ୍ୟସୂଚୀ ଅନୁଯାୟୀ
ନୋଟ୍: ସିଟ୍ ଖାଲି ଥିଲେ କ୍ଲାସ୍ ୨ ଏବଂ ତଦୁର୍ଦ୍ଧ ଶ୍ରେଣୀରେ ଆଡମିଶନ ଉପଲବ୍ଧ ହେବ। ଅଫ୍ଲାଇନ୍ ଆବେଦନ ସଂପୃକ୍ତ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡିବ।
ବୟସ ସୀମା:
ପ୍ରତ୍ୟେକ ଶ୍ରେଣୀ ପାଇଁ ବୟସ ସୀମା ସ୍ଥିର କରାଯାଇଛି। ୩୧ ମାର୍ଚ୍ଚ ୨୦୨୫ ଅନୁସାରେ ବୟସ ଗଣନା କରାଯିବ।
- ବାଲ୍ବାଟିକା ୧ – ୩ ରୁ 4 ବର୍ଷ (୦୧।୦୪।୨୦୨୧ ରୁ ୦୧।୦୪।୨୦୨୨ ମଧ୍ୟରେ ଜନ୍ମ) |
- ବାଲ୍ବାଟିକା ୨ – ୪ରୁ ୫ ବର୍ଷ (୦୧।୦୪।୨୦୨୦ ରୁ ୦୧।୦୪।୨୦୨୧ମଧ୍ୟରେ ଜନ୍ମ)
- ବାଲ୍ବାଟିକା ୩ – ୫ରୁ ୬ ବର୍ଷ (୦୧।୦୪।୨୦୧୯ରୁ ୦୧।୦୪।୨୦୨୦ମଧ୍ୟରେ ଜନ୍ମ)
- କ୍ଲାସ୍ ୧ – ୬ ରୁ ୮ବର୍ଷ (୦୧।୦୪।୨୦୧୭ ରୁ ୦୧।୦୪।୨୦୧୯ ମଧ୍ୟରେ ଜନ୍ମ)
- କ୍ଲାସ୍ ୨ – ୭ ରୁ ୯ ବର୍ଷ
- କ୍ଲାସ୍ ୩ – ୮ ରୁ ୧୦ ବର୍ଷ
- କ୍ଲାସ୍ ୪ – ୯ ରୁ ୧୧ ବର୍ଷ
- କ୍ଲାସ୍ ୫ – ୧୦ ରୁ ୧୨ ବର୍ଷ
- କ୍ଲାସ୍ ୬ – ୧୧ ରୁ ୧୩ ବର୍ଷ
- କ୍ଲାସ୍ ୭ – ୧୨ ରୁ ୧୪ ବର୍ଷ
- କ୍ଲାସ୍ ୮ – ୧୩ ରୁ ୧୫ ବର୍ଷ
- କ୍ଲାସ୍ ୯ – ୧୪ ରୁ ୧୬ ବର୍ଷ
- କ୍ଲାସ୍ ୧୦ – ୧୫ ରୁ ୧୭ ବର୍ଷ
- କ୍ଲାସ୍ ୧୧ – କୌଣସି ସର୍ବାଧିକ ବୟସ ସୀମା ନାହିଁ, ଯଦି ସେହି ବର୍ଷ ଦଶମ ପାଶ ହୋଇଥା
- କ୍ଲାସ୍ ୧୨ – କୌଣସି ସର୍ବାଧିକ ବୟସ ସୀମା ନାହିଁ, ଯଦି ଏକାଦଶ ପରେ କୌଣସି ବ୍ରେକ୍ ନିଆଯାଇ ନଥାଏ
ବିଶେଷ ସୂଚନା: ଭିନ୍ନକ୍ଷମ ପିଲାମାନଙ୍କୁ ସର୍ବାଧିକ ବୟସ ସୀମାରେ ୨ ବର୍ଷ କୋହଳ କରାଯାଇପାରେ