Advertisment

ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ। ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

Matric Results 2022

Matric Results 2022

Advertisment

ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ। ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ଏହାର ୧ ଘଣ୍ଟା ପରେ ଅର୍ଥାତ୍‌ ଦିନ ଦୁଇଟା ପରେ ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ୱେବ୍‌ସାଇଟ୍‌ରୁ ଜାଣିପାରିବେ।  ପରୀକ୍ଷାର୍ଥୀମାନେ bseodisha.ac.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ। ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।

Advertisment

ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

  1. ଅଫିସିଆଲ୍‌ ୱେବ୍‌ସାଇଟ୍‌ www.bseodisha.ac.in ଓ www.bseodisha.nic.in ଲଗ୍‌ ଇନ୍‌ କରନ୍ତୁ
  2. ହୋମ୍‌ପେଜ୍‌ରେ ରେଜଲ୍ଟ ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ
  3. ଏହାପରେ ଉପଲ୍ଲବ୍ଧ ଥିବା  Annual HSC Examination Result 2022 ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ
  4. ପରୀକ୍ଷା ରୋଲ୍ ନମ୍ବର ଦେବାସହ ଆବଶ୍ୟକୀୟ ତଥ୍ୟ ଦେଇ ଏହାକୁ ପୂରଣ କରନ୍ତୁ
  5. ଆବଶ୍ୟକୀୟ ତଥ୍ୟ ଦେବା ପୂର୍ବରୁ ଏହାକୁ ଭଲ ଭାବରେ ଚେକ୍‌ କରି ନିଅନ୍ତୁ
  6. ତଥ୍ୟ ଦେବା ପରେ BSE Odisha Class 10 Result 2022 ସ୍କ୍ରିନ୍‌ରେ ଆସି ଯିବ
  7. ଏହାପରେ ଛାତ୍ରଛାତ୍ରୀମାନେ ସ୍କୋର୍‌ କାର୍ଡ ଡାଉନ୍‌ଲୋଡ୍‌ କରି ଏହାର ପ୍ରିଣ୍ଟ ବାହାର କରିପାରିବେ

ଆପଣ OR (10) ରୋଲ ନମ୍ବର ଲେଖି  ୫୬୭୬୭୫୦  ନମ୍ବରକୁ  SMS କଲେ ଆପଣ ପରୀକ୍ଷା ଫଳ ପାଇପାରିବେ। ମହାମାରୀ ଯୋଗୁ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ୍ ୨୮ରୁ ମେ ୭ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା। ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି। ଇଣ୍ଟରନାଲ୍ ଆସେସ୍‌ମେଣ୍ଟ, ସମେଟିଭ ଆସେସ୍‌ମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍‌ମେଣ୍ଟ ଟୁ ର ୱେଟେଜ୍‌ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି।

Advertisment
Matric Exam BSE Odisha Matric Exam 2022 Matric Result 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ