Advertisment

ଗହନ ହେଉଛି ଜୁନିୟର ଟିଚର ନିଯୁକ୍ତି ଅଙ୍କ

ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଥ୍ୟ ଦାଖଲ । ଏଣେ ପଲିଟିକ୍ସ ପଶାପାଲିରେ ‘ମାହଲ ମାଣ୍ଡା’ ଗୋଟି ।

Teacher Recruitment Scam

Teacher Recruitment Scam

Advertisment

ଜୁନିୟର ଶିକ୍ଷକ ନିଯୁକ୍ତି ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି । ତୀବ୍ର ହେଲା କାଦୁଅ ଫିଙ୍ଗା ରାଜନୀତି। ଗତକାଲି Educational Consultants India Limited ବା EdCILର ସ୍ପଷ୍ଟୀକରଣ ପରେ ବିଜେପି କହିଛି, ପରୀକ୍ଷା ପରିଚାଳନା ତ୍ରୁଟି ଓସେପା ର । ରାଜ୍ୟସରକାର କେନ୍ଦ୍ରୀୟ ଏଜେନ୍ସି EdCIL ପରୀକ୍ଷା ପରିଚାଳନା କରିଥିବା କହି ଝାଡିଝୁଡ଼ି ହୋଇ ବସି ପଡ଼ିଥିଲେ। ମାତ୍ର EdCILର ସ୍ପଷ୍ଟୀକରଣ ପରେ ବୟାନ ବାଜି ପୁଣି ଜୋର୍ ଧରିଛି।

Advertisment

ଓସେପା ସହିତ ହୋଇଥିବା ଚୁକ୍ତି ଅନୁଯାୟୀ EdCIL ଜିଲ୍ଲା ୱାରି ମେରିଟ୍ ଲିଷ୍ଟ ଦେଇଥିଲା। ନିୟମ ଅନୁଯାୟୀ ସବୁ କିଛି କରାଯାଇଥିବା EdCIL କହିବା ପରେ ବି ମହାଲ ମାଣ୍ଡା ରାଜନୀତି ଥମୁନି। ଓସେପା ସୋସିଆଲ ମିଡ଼ିଆ-X ରେ EdCIL ସ୍ପଷ୍ଟୀକରଣକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର ହୋଇଥିବା ସୂଚନା ଦେଇଛି। କେନ୍ଦ୍ରୀୟ ସଂସ୍ଥା ପରୀକ୍ଷା ପରିଚାଳନା କରିଥିଲା, ଏହାସତ୍ତ୍ୱେ ବି ବିଜେପି ରାଜନୀତି କାହିଁକି କରୁଛି କହି ସୋସିଆଲ ମିଡ଼ିଆ-Xରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଅନ୍ୟପଟେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ। କହିଛି, ବ୍ୟୁରୋକ୍ରାଟ୍ ସ୍ତରରେ ସେଟିଂ ହୋଇ ଚାକିରି ବିକ୍ରି ହେଉଛି ଏବଂ ତାମିଲନାଡୁକୁ ଟଙ୍କା ଯିବା ଲାଗି ସୁଡ଼ଙ୍ଗ ତିଆରି କରିଛନ୍ତି ରାଜ୍ୟ ସରକାର। କଂଗ୍ରେସ କହିଛି ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆସିବା ପରେ ନିରପେକ୍ଷ ତଦନ୍ତ ନହୋଇ ବିଜେଡି-ବିଜେପି ଦୋଷ ଲଦାଲଦି ହେବା ଦୁର୍ଭାଗ୍ୟଜନକ। ବିଜେଡ଼ି ବି ଜବାବ୍ ରଖିଛି। 

Advertisment

ସେପଟେ ହାଇକୋର୍ଟରେ ଚାଲିଥିବା ଏ ସମ୍ପର୍କିତ ମାମଲାରେ ଆଜି ରାଜ୍ୟ ସରକାର ଜବାବ୍ ଦାଖଲ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ସରକାର ଜିଲ୍ଲା ୱାରି ମେରିଟ୍ ଲିଷ୍ଟ ପ୍ରକାଶ କରିଛନ୍ତି। ତେବେ ପୂର୍ବ ପ୍ରକାଶିତ ତାଲିକା ପ୍ରତ୍ୟାହାର ହୋଇଛି କି ନାହିଁ ସେ ସଂପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଗୋଟିଏ ପଟେ ଆଇନଗତ ଲଢେଇ ଅନ୍ୟ ପଟେ ରାଜନୈତିକ ଆରୋପ ପ୍ରତ୍ୟାରୋପ। ଏସବୁ ଭିତରେ ଆଶାୟୀ କନିଷ୍ଠ ଶିକ୍ଷକଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ଅପେକ୍ଷା। 

Advertisment

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ