JEE ମେନ୍ ତାରିଖ ପୁନଃ ନିର୍ଦ୍ଧାରଣ; ଜାଣନ୍ତୁ କେବେ ହେବ ପରୀକ୍ଷା

ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍)ର ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନ୍ ପାଇଁ ପୁଣି ତାରିଖ ବଦଳିଛି ।

JEE ମେନ୍ ତାରିଖ ପୁନଃ ନିର୍ଦ୍ଧାରଣ; ଜାଣନ୍ତୁ କେବେ ହେବ ପରୀକ୍ଷା

ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍)ର ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନ୍ ପାଇଁ ପୁଣି ତାରିଖ ବଦଳିଛି । ଏପ୍ରିଲ ୨୧ରୁ ମେ ୪ ଯାଏଁ ହେବାକୁ ଥିବା ପ୍ରଥମ ସେସନ୍ ଜୁନ୍ ୨୧ରୁ ଆରମ୍ଭ ହୋଇ ଜୁନ୍ ୨୯ରେ ସରିବ ।

ସେହିପରି ମେ ୨୪ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ସେସନ୍ ଜୁଲାଇ ୨୧ ରୁ ଆରମ୍ଭ ହୋଇ ୩୦ରେ ସରିବ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇଛି ।

ପ୍ରଥମ ସେସନ୍ ପାଇଁ ରେଜିଷ୍ଟ୍ରେସନ୍ ସରିଯାଇଥିବାବେଳେ ଦ୍ୱିତୀୟ ସେସନ୍ ପାଇଁ ଖୁବଶୀଘ୍ର ଅନଲାଇନ୍‌ରେ ଫର୍ମ ଉପଲବ୍ଧ ହେବ ବୋଲି ନୋଟିସ୍‌ରେ ଦର୍ଶାଯାଇଛି ।


ଅନ୍ୟପକ୍ଷେ, ଗତକାଲିଠାରୁ NEET (UG) 2022 ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା ମେ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଛାତ୍ରଛାତ୍ରୀ ମେ ୬ ତାରିଖ ଯାଏଁ ଆବେଦନ କରିପାରିବେ । ଓଡ଼ିଶା ସମେତ ୧୩ଟି ଭାଷାରେ ହେବ NEET ପରୀକ୍ଷା । ୨୦୨୨ ଜୁଲାଇ ୧୭ ତାରିଖରେ ପରୀକ୍ଷା ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଦେଶ ଭିତରେ ପ୍ରାୟ ୫୪୩ଟି ସହର ଏବଂ ଦେଶ ବାହାରେ ୧୪ଟି ସହରରେ ଏହି NEET ପରୀକ୍ଷା କରାଯିବ ବୋଲି ନୋଟିସ୍‌ରେ ଏନ୍ଟିଏ ଦର୍ଶାଇଛି ।