Advertisment

ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନସଡ୍‌ ରେଜଲ୍ଟ। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର

ପ୍ରକାଶ ପାଇଲା ଜେଇଇ ଆଡଭାନସଡ୍ ରେଜଲ୍ଟ । ଚଳିତବର୍ଷ ୪୧ ହଜାର ୮୬୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ସେ ୩୪୮ ନମ୍ବର ରଖିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କାବ୍ୟା ଚୋପ୍ରା ମହିଳା ବିଭାଗରେ ଟପ୍ପର ହୋଇଛନ୍ତି । ଚଳିତବର୍ଷ ଏକ ଲକ୍ଷ ୪୧ ହଜାର ୬୯୯ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷା ଦେଇଥିଲେ।

undefined

jee advanced

Advertisment

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନସଡ୍ ରେଜଲ୍ଟ । ଚଳିତବର୍ଷ ୪୧ ହଜାର ୮୬୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ସେ ୩୪୮ ନମ୍ବର ରଖିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କାବ୍ୟା ଚୋପ୍ରା ମହିଳା ବିଭାଗରେ ଟପ୍ପର ହୋଇଛନ୍ତି । ଚଳିତବର୍ଷ ଏକ ଲକ୍ଷ ୪୧ ହଜାର ୬୯୯ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷା ଦେଇଥିଲେ।

Advertisment

ଜେଇଇ ଆଡଭାନ୍ସଡରେ ଆଇଆଇଟି ଦିଲ୍ଲୀ ଜୋନର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ମୃଦୁଳ ପ୍ରବେଶିକା ପରୀକ୍ଷାରେ ମୋଟ୍‌ ୩୬୦ରୁ ୩୪୮ ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସମାନ ଜୋନର କାବ୍ୟା ଚୋପ୍ରା ମହିଳା ବର୍ଗରେ ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୨୮୬ ମାର୍କ ରଖିଥିବା ନେଇ ସୂଚନା ମିଳିଛି ।

କାବ୍ୟା ଜେଇଇ ମେନ୍‌ର ମାର୍ଚ୍ଚ ପରୀକ୍ଷାରେ ୩୦୦ରୁ ୩୦୦ ମାର୍କ ସ୍କୋର କରିଥିଲେ। ସେ ପ୍ରଥମ ମହିଳା ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ମୃଦୁଳ ଅଗ୍ରୱାଲ ମଧ୍ୟ ଜେଇଇ ମେନରେ ୧୦୦% ମାର୍କ ରଖିଥିଲେ।

Advertisment

ସୂଚନା ଅନୁସାରେ, ଚଳିତ ବର୍ଷ ମୋଟ ୧,୪୧,୬୯୯ ଜଣ ଛାତ୍ରଛାତ୍ରୀ ଆଇଆଇଟି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୪୧,୮୬୨ ଜଣ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାର୍ଥୀମାନେ jeeadv.ac.in ରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ଜେଇଇ ଆଡଭାନ୍ସଡ ପରୀକ୍ଷା ଜୁଲାଇ ୩ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ କରୋନା ସ୍ଥିତିରେ ସୁଧାର ଆସିବାରୁ ଜେଇଇ ଆଡଭାନ୍ସଡ ଅକ୍ଟୋବର ୩ରେ ହେବ ବୋଲି ପରେ ଘୋଷଣା ହୋଇଥିଲା। ଆଉ ପରୀକ୍ଷା ହେବାର ମାତ୍ର ୧୨ ଦିନ ପରେ ଆଜି ଫଳ ପ୍ରକାଶିତ ହୋଇଛି।

Advertisment
India JEE Advanced Result 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ