Advertisment

Jajpur NC College: ଯାଜପୁର ଏନ୍‌ସି କଲେଜ ଯୁକ୍ତ ୨ କୋଠା ନିର୍ମାଣ ଅଧାପନ୍ତରିଆ, ଠିକା ସଂସ୍ଥା ଛୁ...

ଏନପିସିସି ଠିକା ସଂସ୍ଥା ପକ୍ଷରୁ ୫ ମହଲା ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଅଧାରୁ ଠିକା ସଂସ୍ଥା କାମ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗୋଟେପଟେ ପୁରାତନ ସ୍କୁଲର ଖେଳ ପଡିଆ ନଷ୍ଟ କରାଯାଇଥିବା ବେଳେ ଅନ୍ୟପଟେ ଯଦି ସରକାର ଏହି କଲେଜ ନିର୍ମାଣ ଲାଗି ଅନୁମତି ଦେଇଥିଲେ ତେବେ ଅର୍ଥଶ୍ରାଦ୍ଧ କରି ଅଧାରୁ କାହିଁକି ବନ୍ଦ କରାଗଲା ବୋଲି ସ୍ଥାନୀୟ ବାସୀନ୍ଦା ଓ ସହରବାସୀ ପ୍ରଶ୍ନ କରିଛନ୍ତି ।

ଅଧାରେ କାମ ଛାଡ଼ି ଠିକାଦାର ଛୁ

ଅଧାରେ କାମ ଛାଡ଼ି ଠିକାଦାର ଛୁ

Advertisment

ଯାଜପୁରରେ ୨୫ କୋଟିର ଯୁକ୍ତ ଦୁଇ ମହାବିଦ୍ୟାଳୟ କୋଠା ନିର୍ମାଣ ଶେଷ ହେବାକୁ ନେଇ ସନ୍ଦେହ ଉପୁଜିଛି। ଏହି କୋଠା କେବେ ସରିବ ତାକୁ ନେଇ ପ୍ରଶ୍ନ ଉଠୁଛି। ଗତ ୨୦୨୨- ୨୩ ରେ ପୁର୍ବତନ ସରକାର ଏନସି କଲେଜର ଯୁକ୍ତ ଦୁଇ କଲେଜ ଲାଗି ବିରଜା ମନ୍ଦିର ନିକଟସ୍ଥ ଅଲିଭାଗ ପଡିଆରେ ନିର୍ମାଣ ଲାଗି ମଞୁରି ଦେବା ସହ ୨୫ କୋଟି ଅନୁଦାନର ବ୍ୟୟ ବରାଦ କରିଥିଲେ ।

Advertisment

ହେଲେ ତାହା ଅଧପନ୍ତରିଆ କାମ ଛାଡ଼ି ଠିକାସଂସ୍ଥା ପଳାଇଥିବାରୁ ଏହାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନବାଚୀ । ସେପଟେ ଏନେଇ ଜିଲ୍ଲା ପ୍ରଶାସନର କହିବା କଥା ଅର୍ଥ ଆସୁନଥିବାରୁ କାମ ବନ୍ଦ ରହିଛି । ଏନେଇ ରାଜ୍ୟ ସ୍କୁଲ ଓ ମାସ କମୁନିକେଶନ ଵିଭାଗକୁ ଅବଗତ କରାଯିବ ବୋଲି ଏଡିଏମ କହିଛନ୍ତି ।

ଯାଜପୁର ନରସିଂହ ଚୈାଧୁରି କଲେଜ ର ଯୁକ୍ତ ଦୁଇ ମହାବିଦ୍ୟାଳୟ କଲେଜ ହେବ ନା କ୍ଲୋଜ ହେବ, ତାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କାମ ବନ୍ଦ କରାଯାଇ ଥିବା ବେଳେ ଏହା କେବେ ସରିବ ଆଉ ଯୁକ୍ତ ଦୁଇ କଲେଜ କେବେ ହେବ ସେଥିପ୍ରତି ସଂଦେହ ସୃଷ୍ଟି ହୋଇଛି । ଯୋଜନା ଥିଲା ଏନସି କଲେଜ ୟୁନଭରସିଟି ମାନ୍ୟତା ପାଇବ, ସେଥିଲାଗି ଅଲଗା ହେବ ଯୁକ୍ତ ଦୁଇ କଲେଜ । ଏଥିଲାଗି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏନସି କଲେଜ ଠାରୁ ୫ କିମି ଦୁରରେ ଥିବା ବିରଜା ହାଇସ୍କୁଲ  ଖେଳ ପଡିଆରେ ନିର୍ମାଣ ଲାଗି ଯାଗା ଚିହ୍ନଟ ପରେ ରାଜ୍ୟ ସରକାର ୨୫ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ।

Advertisment

ଏନପିସିସି ଠିକା ସଂସ୍ଥା ପକ୍ଷରୁ ୫ ମହଲା ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଅଧାରୁ ଠିକା ସଂସ୍ଥା କାମ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗୋଟେପଟେ ପୁରାତନ ସ୍କୁଲର ଖେଳ ପଡିଆ ନଷ୍ଟ କରାଯାଇଥିବା ବେଳେ ଅନ୍ୟପଟେ ଯଦି ସରକାର ଏହି କଲେଜ ନିର୍ମାଣ ଲାଗି ଅନୁମତି ଦେଇଥିଲେ ତେବେ ଅର୍ଥଶ୍ରାଦ୍ଧ କରି ଅଧାରୁ କାହିଁକି ବନ୍ଦ କରାଗଲା ବୋଲି ସ୍ଥାନୀୟ ବାସୀନ୍ଦା ଓ ସହରବାସୀ ପ୍ରଶ୍ନ କରିଛନ୍ତି ।

୧୯୪୬ ମସିହାରେ ନିର୍ମିତ ଯାଜପୁର ଏନସି କଲେଜ ସର୍ବପୁରାତନ କଲେଜ ନାମରେ ଖ୍ୟାତି ବହନ କରୁଛି । କଲେଜକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦେବା ଲାଗି ପୁର୍ବ ସରକାର ସମୟରେ କଲେଜରେ ନୁଆ ବ୍ଲକ କରାଯାଇ ସ୍ନାତକ ପିଜି ଓ ଅନ୍ୟାନ ବିଭାଗ ଖୋଲା ଯାଇଛି । ଯୁକ୍ତଦୁଇର ସମସ୍ତ ଷ୍ଟ୍ରିମରେ ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବାରୁ ସେମାନଙ୍କୁ ଅଲଗା ଯାଗାରେ ଶିକ୍ଷାଦାନ ଲାଗି ୫ ମହଲା ବିଶିଷ୍ଟ କଲେଜ ନିର୍ମାଣ ହେଉଥିବା ବେଳେ ଏହା କେବେ ସରିବ ଏନ ସି କଲେଜ ପ୍ରିନସପାଲ ମଧ୍ୟ ଜାଣିନଥିବା କହିଛନ୍ତି । ସେପଟେ ଏନେଇ ଜିଲ୍ଲା ପ୍ରଶାସନର କହିବା କଥା ଅର୍ଥ ଆସୁନଥିବାରୁ କାମ ବନ୍ଦ ରହିଛି । 

Advertisment

ଚଳିତ ବର୍ଷ ନବ ନିର୍ମିତ କଲେଜରେ ଶିକ୍ଷାଦାନ ଆରମ୍ଭ ହେଵାକୁ ଥିବା ବେଳେ ଏହାର ନିର୍ମାଣ ବନ୍ଦ ହୋଇଥିବାରୁ ୨୫ କୋଟି ବ୍ୟୟ ବରାଦରେ ନିର୍ମିତ କୋଠାର ଭବିଷ୍ୟତ କ’ଣ ତାକୁ ନେଇ ନାନା ସଂଦେହ ଉପୁଜିଛି।

Under-construction Colleges Civil Contractor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ