Advertisment

ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ, କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବରରେ ବି ଚାଲିଛି ଡମି ସ୍କୁଲ୍ । ଅଧିକ ଟଙ୍କା ଦେଇ ଇନଷ୍ଟିଚ୍ୟୁଟରୁ ଚାଲିଛି ପାଠପଢା, ଯିବାକୁ ପଡୁନି ସ୍କୁଲ ।

undefined

Dummy school

Advertisment

ରାଜଧାନୀ ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ । ଓଟିଭି କ୍ୟାମେରାରେ କଏଦ ହୋଇଛି ଏହାର ସତ । ମାଟ୍ରିକ ପରେ ପିଲାଙ୍କୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସ୍କୁଲ ନ ପଠାଇ କୋଚିଂ ସେଣ୍ଟରରେ ଆଡମିଶନ କରାଯାଉଛି । ଯେଉଁଠି ଚାଲୁଛି ଡମି ସ୍କୁଲ । କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ । ଆଉ, ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ମାଲାମାଲ୍ ହେଉଛନ୍ତି କୋଚିଂ ଇନଷ୍ଟିଚ୍ୟୁଟ୍ ।

Advertisment

ରିପୋର୍ଟର- ଝିଅ ଯଦି ପୁରା ସ୍କୁଲ ଯିବନି, କ’ଣ କରିବାକୁ ପଡ଼ିବ ?

ରିସେପସ୍ନିଷ୍ଟ- ଆମର ଯେଉଁ ଟାଇ-ଅପ୍ ଡମି ସ୍କୁଲ ଅଛି, ସେଠି ଆଡମିଶନ କରିପାରିବେ

ରିପୋର୍ଟର- ଆମେ ଯେଉଁ ସ୍କୁଲରେ ଚାହିଁବୁ ହୋଇପାରିବନି ?

ରିସେପସ୍ନିଷ୍ଟ- ଆମର ୫ଟା CBSE ସ୍କୁଲ ସହ ଟାଇ-ଅପ୍ ଅଛି

ରିପୋର୍ଟର- କ’ଣ ଏ ଭୁବନେଶ୍ବରରେ ?

ରିସେପସ୍ନିଷ୍ଟ- ହଁ, ଭୁବନେଶ୍ବରରେ । ପିଲାଙ୍କୁ ସ୍କୁଲ ଯିବାକୁ ପଡ଼ିବନି । କୋଚିଂ ଇନଷ୍ଟିଚ୍ୟୁଟ୍ ବାଟେ ସବୁ ହେବ । ଖାଲି ଏକଜାମ୍ ଆଉ ପ୍ରାକ୍ଟିକାଲ ସମୟରେ ସ୍କୁଲ ଯିବେ ।

ରିପୋର୍ଟର- ସେଥିପାଇଁ କ’ଣ ଟଙ୍କା ଦେବାକୁ ପଡ଼ିବ ?

ରିସେପସ୍ନିଷ୍ଟ- ୨ ବର୍ଷ ପାଇଁ ଡମି ସ୍କୁଲ ବାବଦରେ ଆମକୁ ଅଧିକ ୮୦ ହଜାର ଟଙ୍କା ଦେବାକୁ ପଡ଼ିବ ।

Advertisment

ଭୁବନେଶ୍ବରରେ ବି ଚାଲିଛି ଡମି ସ୍କୁଲ୍ । ଅଧିକ ଟଙ୍କା ଦେଇ ଇନଷ୍ଟିଚ୍ୟୁଟରୁ ଚାଲିଛି ପାଠପଢା, ଯିବାକୁ ପଡୁନି ସ୍କୁଲ । ରାଜଧାନୀରେ ଡମି ସ୍କୁଲର ବାସ୍ତବତା ଯାଂଚ୍ କଲା ବେଳେ ଆମ ହାତରେ ଲାଗିଛି ଏଭଳି ତଥ୍ୟ ଆଉ ପ୍ରମାଣ । ପୁଣି ଭୁବନେଶ୍ବରର ଏକ ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚୁଟରୁ । ମେଡିକାଲ କୋଚିଂ ପାଇଁ ବର୍ଷକୁ ଫି ଲକ୍ଷେ ୫୪ ହଜାର ଟଙ୍କା । ଆଉ ଇଂଜିନିୟରିଂ ପାଇଁ ଲକ୍ଷେ ୬୫ ହଜାର । ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଇଁ ଆଦୌ ଯିବାକୁ ପଡ଼ିବନି ସ୍କୁଲ । କୋଚିଂ ସେଣ୍ଟରରେ ରହି ପିଲା ପାଠ ପଢିବେ । କେବଳ ପରୀକ୍ଷା ବେଳେ ସ୍କୁଲରେ ପକାଇବାକୁ ହେବ ହାଜିରା । ଏଥିପାଇଁ ଦେବାକୁ ପଡିବ ଅତିରିକ୍ତ ୮୦ ହଜାର ଟଙ୍କା ।

କିଛି ବାପା-ମା ଚାହୁଁଛନ୍ତି, ଯେମିତି ହେଉ ପଛେ ପୁଅ-ଝିଅ ଆମର ଡାକ୍ତର ବା ଇଂଜିନିୟରଟିଏ ହେଉ । ଡାକ୍ତରୀ ପାଇଁ ନିଟ୍ ପ୍ରବେଶିକା ପରୀକ୍ଷା ହେଉ କି ଇଂଜିନିୟରିଂ ପାଇଁ ଜେଇଇ ଏଣ୍ଟ୍ରାନ୍ସ, ତୀବ୍ର ପ୍ରତିଦ୍ବନ୍ଦ୍ବିତାର ମୁକାବିଲା କରିବାକୁ କିଛି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି। ଯୁକ୍ତ ଦୁଇ ବା ଏକାଦଶ, ଦ୍ବାଦଶ ସ୍କୁଲ ପାଠ ପଢ଼ା ବନ୍ଦ କରିଦେଉଛନ୍ତି । ପିଲା ଦୁଇ ବର୍ଷ ଆଦୌ ସ୍କୁଲ ନଯାଇ କେବଳ କୋଚିଂ ସେଣ୍ଟର ଯାଉଛନ୍ତି । ଯୁକ୍ତ ଦୁଇରେ ଅତି କମରେ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଥିବାବେଳେ ଆଟେଣ୍ଡାନ୍ସ ପାଇଁ ଡମି ସ୍କୁଲର ସହାୟତା ନେଉଛନ୍ତି କିଛି ଅଭିଭାବକ।

Advertisment

ଏନସିଆରବିର ତଥ୍ୟ ଅନୁସାରେ, ଦେଶରେ ଆତ୍ମହତ୍ୟା କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୫.୯ ପ୍ରତିଶତ କେବଳ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରର। ଗତ ବର୍ଷ ରାଜସ୍ଥାନର କୋଟାରେ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା କୋଚିଂ ନେଉଥିବା ୨୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୧୬ ଜାନୁଆରୀ ୨୦୨୪ରେ କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ ଜାରି କରି ସବୁ ରାଜ୍ୟକୁ ଆଇନ ଆଣିବାକୁ ପରାମର୍ଶ ଦେଇଥିଲା । ଏଥିରେ ସ୍କୁଲ ସମୟରେ କୋଚିଂ ଏବଂ ଡମି ସ୍କୁଲ ଉପରେ ଦୃଷ୍ଟି ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଥିଲା । ତେବେ ପ୍ରଶ୍ନ ଉଠୁଛି, ଆମ ରାଜ୍ୟରେ ଚାଲିଥିବା ଏସବୁ ଡମି ସ୍କୁଲ ଉପରେ ସରକାରଙ୍କ ନଜର ଅଛି ତ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଗାଡୁଥିବା ଏଭଳି ବ୍ୟବସ୍ଥା ପଛରେ କିଏ ? କାହା ପ୍ରରୋଚନାରେ, କେଉଁଠି ଏବଂ କୋତୋଟି ସ୍କୁଲ ଚାଲିଛି ?

ମେଡିକାଲ ଓ ଇଂଜିନିୟରିଂ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବା ସ୍ବାଭାବିକ । ତେବେ ପିଲାର ବୌଦ୍ଧିକ ବିକାଶକୁ ଜଳାଞ୍ଜଳି ଦେଇ କେବଳ ପରୀକ୍ଷାପୋଯୋଗୀ ମଣିଷ ତିଆରି କଲେ ଛାତ୍ରଛାତ୍ରୀଙ୍କ ସହ ଦେଶର କ୍ଷତି ହେବ ନିଶ୍ଚୟ ।

Coaching Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ