Advertisment

ସ୍କୁଲ ଖୋଲିବା ପ୍ରଥମ ସପ୍ତାହରେ ହେବ ନାହିଁ ପିଲାଙ୍କର ପାଠପଢ଼ା ;୨୬ରେ ହେବ ଅଭିଭାବକ ସମ୍ମିଳନୀ

କରୋନା କଟକଣା ମଧ୍ୟରେ ଆସନ୍ତା ୨୮ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ଥିବାରୁ ୨୬ ତାରିଖରେ ଅଭିଭାବକ ସମ୍ମିଳନୀ ହେବ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ ।

ଅଦ୍ୟତନ ହୋଇଛି
In the first week of school, children will not be able to study

ସୂଚନା ଅନୁସାରେ, ସ୍କୁଲ ଖୋଲିଲେ ଦୁଇ ବର୍ଷର ବ୍ୟବଧାନ ପରେ ଛାତ୍ରଛାତ୍ରୀ ସ୍କୁଲ ହତା ମାଡ଼ିବେ । ଆଦୌ ଶିକ୍ଷାନୁଷ୍ଠାନ ଦେଖି ନଥିବା ଛାତ୍ରଛାତ୍ରୀ ସିଧାସଳଖ ଦ୍ୱିତୀୟ ଶ୍ରେଣୀକୁ ଯିବେ । ବିଗତ ଦୁଇ ବର୍ଷରେ ଛାତ୍ରଛାତ୍ରୀ ମୌଳିକ ଜ୍ଞାନ ହରାଇଥିବା ବିଭିନ୍ନ ସର୍ଭେ ତଥ୍ୟ ଦର୍ଶାଇଛି ।

ତେବେ ସ୍କୁଲ ଖୋଲିଲେ ପ୍ରଥମ ସପ୍ତାହରେ ପିଲାଙ୍କର ପାଠପା ହେବ ନାହିଁ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା(ସୋସିଓ ଇମୋସନାଲ୍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ । ଏହି ୬ ଦିନ ପିଲାଙ୍କୁ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ମାଧ୍ୟମରେ ସ୍କୁଲ ସହିତ ବାନ୍ଧି ରଖିବେ ।

Advertisment

ଏହାପରେ ପରବର୍ତ୍ତୀ ତିନି ଦିନରେ ପିଲାଙ୍କର ତିନୋଟି ପରୀକ୍ଷା କରାଯିବ । ତିନି ଦିନରେ ଛାତ୍ରଛାତ୍ରୀ ଗଣିତ, ସାହିତ୍ୟ ଓ ଇଂରାଜୀ ଭାଷାରେ ଦକ୍ଷତା ପରୀକ୍ଷା ତଥା ବେସଲାଇନ୍ ଦେବେ । ମାର୍ଚ୍ଚ ୯ରେ ଭାଷା, ୧୦ରେ ଗଣିତ ଓ ୧୧ ତାରିଖରେ ଇଂରାଜୀ ପରୀକ୍ଷା କରାଯିବ ।

Odisha School Opening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ