Advertisment

ବିଶ୍ୱର ୧୫୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ IIT ବମ୍ବେ, କେତେ ତମ ସ୍ଥାନରେ IIT ଭୁବନେଶ୍ୱର ?

ଶୀର୍ଷରେ ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ୧୨ ବର୍ଷ ଧରି ଶୀର୍ଷରେ ରହି ଆସିଛି ଏହି ବିଶ୍ୱବିଦ୍ୟାଳୟ।

ଅଦ୍ୟତନ ହୋଇଛି
World University Ranking 2023

World University Rankings

Advertisment

ଶିକ୍ଷା କ୍ଷେତ୍ରରେ ଅନେକ କିର୍ତ୍ତୀମାନ ସୃଷ୍ଟି କରିଥିବା ଆଇଆଇଟି ବମ୍ବେକୁ ଆଉ ଏକ ସଫଳତା । ବିଶ୍ୱର ୧୫୦ଟି ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଆଇଆଇଟି ବମ୍ବେ । ଚଳିତବର୍ଷ ବିଶ୍ୱର ୨୯୦୦ ବିଶ୍ୱ ବିଦ୍ୟାଳୟର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିଲା। ତାଲିକାରେ ଏବର୍ଷ ୪୫ଟି ଭାରତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନ ପାଇଛନ୍ତି ।

Advertisment

ସେମାନଙ୍କ ମଧ୍ୟରେ ଆଇଆଇଟି ବମ୍ବେ ସବୁଠାରୁ ଉପରେ ୧୪୯ତମ ସ୍ଥାନରେ ରହିଛି । ଗତ ବର୍ଷ ଆଇଆଇଟି ବମ୍ବେର ରାଙ୍କିଙ୍ଗ୍ ୧୭୭ତମ ସ୍ଥାନରେ ରହିଥିଲା । ଚଳିତବର୍ଷ ଏହା ୨୬ଟି ସ୍ଥାନ ଉପରକୁ ଉଠିଛି । ଭୁବନେଶ୍ୱର ଆଇଆଇଟି ୫୭୧ତମ ରାଙ୍କରେ ରହିଛି । QSର ପ୍ରତିଷ୍ଠାତା ତଥା ସିଇଓ ନୁନଜିଓ କ୍ୱାକକୁରେଲି ବିଶ୍ୱର ଶ୍ରେଷ୍ଠବିଶ୍ୱ ବିଦ୍ୟାଳୟ ମାନଙ୍କ ତାଲିକା ଘୋଷଣା କରିଛନ୍ତି ।

ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ଗତ ୧୨ ବର୍ଷ ଧରି ଏମଆଇଟି ଶୀର୍ଷରେ ରହି ଆସୁଛି । ୟୁକେର କେମ୍ବ୍ରିଜ୍ ୟୁନିଭର୍ସିଟି ଦ୍ୱିତୀୟ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ତୃତୀୟ ସ୍ଥାନରେ ରହିଛନ୍ତି। ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପ୍ରଥମ ଥର ପାଇଁ ଏସୀୟ ବିଶ୍ୱ ବିଦ୍ୟାଳୟ ଭାବେ ଶ୍ରେଷ୍ଠ ୧୦ଟି ବିଶ୍ୱ ବିଦ୍ୟାଳୟ ତାଲିକାରେ ରହିଛି ।

Advertisment

ଗତ ୨୦ବର୍ଷ ଧରି QS ୟୁନିଭର୍ସିଟି ରାଙ୍କିଙ୍ଗ୍ ପ୍ରକାଶ ପାଇ ଆସୁଛି। ଏଥିପାଇଁ ନିରନ୍ତର ପ୍ରଗତି, ନିଯୁକ୍ତି ସୁଯୋଗ ଓ ଆନ୍ତର୍ଜାତିକ ସନ୍ଦର୍ଭ ଉପରେ ଗୁରୁତ୍ବ ଦିଆଯାଇଥିଲା । ...

IIT-Bombay IIT Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ