Advertisment

ଖୁବ୍‌ଶୀଘ୍ର CBSE ରେଜଲ୍ଟ ! ଜାଣନ୍ତୁ, କେମିତି ଡିଜିଲକର୍‌ରୁ ପାଇବେ ମାର୍କସିଟ୍‌ ?

ଖୁବ୍‌ଶୀଘ୍ର ସିବିଏସ୍‌ଇ ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ଓ ପାସିଂ ସାର୍ଟିଫିକେଟ୍‌ ଡିଜିଲକର୍‌ ଆପ୍‌(DigiLocker App)ରେ ଅପ୍‌ଲୋଡ୍‌ ହେବ।

ଅଦ୍ୟତନ ହୋଇଛି
CBSE Board Exam Results 2023

how to know CBSE Class 10, 12 Result 2023 marksheets on DigiLocker

Advertisment

ଖୁବ୍‌ଶୀଘ୍ର ସିବିଏସ୍‌ଇ(Central Board of Secondary Education-CBSE) ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ହେଲେ ଏନେଇ ବିଧିବଦ୍ଧ ଭାବେ CBSE ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ତେବେ ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ଓ ପାସିଂ ସାର୍ଟିଫିକେଟ୍‌ ଡିଜିଲକର୍‌ ଆପ୍‌(DigiLocker App)ରେ ଅପ୍‌ଲୋଡ୍‌ ହେବ।

Advertisment

ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ରେଜଲ୍ଟ ଡିଜିଲକର୍‌ ଆକାଉଣ୍ଟକୁ ଆକ୍ଟିଭେଟ୍‌ କରି ମାର୍କସିଟ୍‌ ଡାଉନଲୋଡ୍‌ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍‌ ସିକ୍ୟୁରିଟି ପିନ୍‌ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ‌ଅନୁବନ୍ଧିତ ସ୍କୁଲ୍‌ ଗୁଡ଼ିକୁ ଡିଜିଲକର୍‌ ସିକ୍ୟୁରିଟି ପିନ୍‌ ଶେୟାର କରାଯାଇଛି। ଡିଜିଲକର୍‌ ଆପ୍‌ ବ୍ୟତୀତ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଅନ୍‌ଲାଇନ୍‌ରେ ଏହି ୨ ୱେବ୍‌ସାଇଟ୍‌- www.cbse.gov.in ଓ www.results.cbse.nic.in ରେ ମଧ୍ୟ ପ୍ରକାଶ ପାଇବ। 

ଜାଣନ୍ତୁ, କେମିତି ଡିଜିଲକର୍‌ରେ ଚେକ୍‌ କରିବେ ରେଜଲ୍ଟ ? 

  1. ପ୍ରଥମେ https://cbseservices.digilocker.gov.in ୱେବ୍‌ସାଇଟ୍‌କୁ ଯାଆନ୍ତୁ ଓ ଆକ୍ଟିଭେଟ୍‌ ସିବିଏସ୍‌ଇ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  2. ଏହାପରେ ନୂଆ ପେଜ୍‌କୁ ଯାଇ ‘Get Started with Account Confirmation' ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  3. ସ୍କୁଲ୍‌ କୋଡ୍‌, ରୋଲ୍‌ ନମ୍ବର, କ୍ଲାସ୍‌, ସିକ୍ୟୁରିଟି ପିନ୍‌ ଦେଇ ‘Next’ କ୍ଲିକ୍‌ କରନ୍ତୁ
  4. ଏହାପରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍କ୍ରିନ୍‌ରେ ଉପଲ୍ଲବ୍ଧ ହେବ
  5. ମୋବାଇଲ୍‌ ନମ୍ବର ଦେଇ ‘submit’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସେମାନଙ୍କର ଜନ୍ମ ତାରିଖ ଦେବେ
  6. ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଆପଣ ଆକାଉଣ୍ଟ ଆକ୍ଟିଭେଟ୍‌ କରିପାରିବେ।
Advertisment

'Issued Documents’ ଟ୍ୟାବ୍‌ରେ ଆପଣ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ମାର୍କସିଟ୍‌, ସାର୍ଟିଫିକେଟ୍‌ ଓ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଦେଖିପାରିବେ। 

CBSE Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ