Advertisment

ଏହି ସବୁ ଜିଲ୍ଲାରେ ଆଜି ସ୍କୁଲ ଛୁଟି, ଦେଖି ନିଅନ୍ତୁ ତାଲିକା..

୧୧ ଜିଲ୍ଲାର ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ । ସ୍କୁଲ ବନ୍ଦ ଲାଗି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
Schools Closed In Odisha Due To Rainfall

school close

Advertisment

ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ରାଜ୍ୟର ୧୧ଟି ଜିଲ୍ଲା ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସବୁ ଜିଲ୍ଲାର ସରକାରୀ, ବେସରକାରୀ ସ୍କୁଲ ଗୁଡ଼ିକ ଛୁଟି ରହିବ । ସଂପୃକ୍ତ ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ଲାଗି ନିର୍ଦ୍ଦେଶ ରହିଛି । ସେସବୁ ଜିଲ୍ଲା ଗୁଡ଼ିକ ହେଉଛି, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଅନୁଗୁଳ, ବରଗଡ଼, ଭଦ୍ରକ ଓ ସମ୍ବଲପୁର । ଏହି ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶଦେଇଛନ୍ତି ।...

Advertisment

ସେପଟେ ବଙ୍ଗୋପ ସାଗରର ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଥିବାରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଏହା ଧୀରେ ଧୀରେ ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବା ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।

ଏପରିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର ଓ ସମ୍ବଲପୁରର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ବା ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ବି ହୋଇପାରେ। ଏହା ଫଳରେ ଫ୍ଲାସ୍ ଫ୍ଲଡ, ତଳିଆ ଅଞ୍ଚଳରେ ପାଣି ଜମା ହୋଇପାରେ। କେତେକ ସ୍ଥାନରେ ମାଟି ଧସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଚ୍ଛା ଘରର କାନ୍ଥ ଭାଙ୍ଗିବାର ଆଶଙ୍କା ବି ଅଛି। ଏହା ସହିତ ଢେଙ୍କାନାଳ, ମୟୂରଭଂଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Advertisment
Heavy Rainfall Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ