'ମୁଁ ବାପାଙ୍କ ସ୍ୱପ୍ନ ପୂରଣ କରିବି...ସେ ମାଆଙ୍କ ସ୍ୱପ୍ନ ପୂରଣ କରିବ...'

ଗୋଟିଏ ଘରୁ ଦୁଇ ଦୁଇ ଜଣଙ୍କର JEE କ୍ଲିୟର୍ । ଏପରି ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମରେ । ଦୁଇଜଣ ଯାଆଁଳା ଭାଇ ନିକଟରେ ଅନୁଷ୍ଠିତ JEE କ୍ଲିୟର୍ କରିଛନ୍ତି । ଫଳରେ ଏହା ପରିବାର ପାଇଁ ଦୁଇଗୁଣ ଆନନ୍ଦ ଆଣି ଦେଇଛି ।

JEE Exam

ଗୋଟିଏ ଘରୁ ଦୁଇ ଦୁଇ ଜଣଙ୍କର JEE କ୍ଲିୟର୍ । ଏପରି ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମରେ । ଦୁଇଜଣ ଯାଆଁଳା ଭାଇ ନିକଟରେ ଅନୁଷ୍ଠିତ JEE କ୍ଲିୟର୍ କରିଛନ୍ତି । ଫଳରେ ଏହା ପରିବାର ପାଇଁ ଦୁଇଗୁଣ ଆନନ୍ଦ ଆଣି ଦେଇଛି । ଗୁରୁଗ୍ରାମ ଯାଆଁଳା ଭାଇ ଦ୍ୱୟ ହେଲେ ଆରବ ଭଟ୍ଟ ଓ ଆରୁଷ ଭଟ୍ଟ । ତେବେ ଆରବ ଦେଶବ୍ୟାପୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆରୁଷ ୫୬୬୦ ରାଙ୍କ ରଖିଥିବା ଜଣା ପଡ଼ିଛି ।

ଆରବ ପରୀକ୍ଷାରେ ୧୦୦ ପ୍ରତିଶତ ମାର୍କ ରଖିଥିବା ବେଳେ ତାଙ୍କର ଯାଆଁଳା ଭାଇ ଆରୁଷ ୯୯.୬୫ ପ୍ରତିଶତ ରଖିଛନ୍ତି । ୧୯ ବର୍ଷୀୟ ଭାଇ ଦ୍ୱୟ ଏପ୍ରିଲରେ ପରୀକ୍ଷା ଦେବା ପରେ ହିଁ ମେନ୍ସର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ମୋର ଧ୍ୟାନ ସବୁବେଳେ JEE ଆଡଭାନ୍ସ ଉପରେ ଥିଲା । ଏଣୁ ମୁଁ ପ୍ରଥମ ଅଧିବେଶନରେ ଶତ ପ୍ରତିଶତ ମାର୍କ ପାଇଥିବାରୁ ଏପ୍ରିଲ ଅଧିବେଶନକୁ ଏଡ଼ାଇବାକୁ ନିଷ୍ପତ୍ତି ନେଇଥିଲି । ବର୍ତ୍ତମାନ JEE mains କ୍ଲିୟର୍ କରିବା ହିଁ ମୋର ମୂଳ ଲକ୍ଷ୍ୟ ବୋଲି ଆରବ କହିଛନ୍ତି । ଅନ୍ୟପଟେ ଉଭୟ ନିଜ ବାପା ମାଆଙ୍କ ସ୍ୱପ୍ନ ମଧ୍ୟ ପୂରଣ କରିବାକୁ ଚାହୁଁଛନ୍ତି ।

ଆରବ ନିଜ ବାପାଙ୍କ ଇଚ୍ଛା ଅନୁସାରେ ଇଞ୍ଜିନିୟରିଂ ପଢ଼ିବେ ବୋଲି କହିଛନ୍ତି । ଅନ୍ୟପଟେ ତାଙ୍କର ଯାଆଁଳା ଭାଇ ଆରୁଷ ମାଆଙ୍କ ଇଚ୍ଛା ଅନୁସାରେ ଗଣିତ ପ୍ରଫେସର ହେବେ ବୋଲି କହିଛନ୍ତି । ଉଭୟ ଯମଜ ଭାଇଦ୍ୱୟ କହିଛନ୍ତି, ସେମାନେ ଏକାଦଶ ଶ୍ରେଣୀରୁ ହିଁ JEE ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରତିଦିନ ସକାଳ ୫ ଟାରୁ ସେମାନଙ୍କ ଦିନ ଆରମ୍ଭ ହେଉଥିଲା ।

ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ JEE-Main ଫଳାଫଳ ଘୋଷିତ ହୋଇଥିଲା । ତେବେ ପରୀକ୍ଷା ଫଳ ଅନୁଯାୟୀ, ୫୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି । JEE (ମେନ୍) ଜାନୁଆରୀ ଅଧିବେଶନରେ ୨୩ ଜଣ ପ୍ରାର୍ଥୀ ୧୦୦ NTA ସ୍କୋର କରିଥିବାବେଳେ ଏପ୍ରିଲ୍ ରେ ୩୩ ଜଣ ପ୍ରାର୍ଥୀ ଏହା ହାସଲ କରିଛନ୍ତି ।