Advertisment

ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା, ୧୦ରୁ ସିଧା ୨୪...

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।

ଅଦ୍ୟତନ ହୋଇଛି
Govt releases report on Performance Grading Index

Govt releases report on Performance Grading Index

Advertisment

ରାଜ୍ୟରେ ସ୍କୁଲ୍‌ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।

Advertisment

ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଛି। ବର୍ଷକ ମଧ୍ୟରେ ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସକୁ ନେଇ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି।

ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ୨୪ ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ରହିଛି ଚଣ୍ଡିଗଡ଼। ଓଡ଼ିଶାର ଜଗତସିଂହପୁର, କଟକ, ଭଦ୍ରକ, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାର ଗ୍ରେଡ୍ ଅତି ଉତ୍ତମ ରହିଛି। ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ରାୟଗଡ଼ା ଓ କୋରାପୁଟର ଗ୍ରେଡ୍ ରାଜ୍ୟରେ ସବୁଠାରୁ ତଳେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ