Govt makes 6 years minimum age for Class 1 admission
ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ ବର୍ଷ ହେଉ ସର୍ବନିମ୍ନ ବୟସ ସୀମା। ଅର୍ଥାତ୍ ୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାନଯାଉ। ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଚିଠି ଲେଖାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ, ୩ ବର୍ଷରୁ ୮ ବର୍ଷ ବୟସରେ ପିଲାମାନଙ୍କ ଶିକ୍ଷା ଗ୍ରହଣର ମୂଳଦୁଆ ପଡ଼ିବା ଉଚିତ୍। ଏହି ୫ ବର୍ଷରୁ ପ୍ରଥମ ୩ ବର୍ଷ ପ୍ରି-ସ୍କୁଲ ଏଜୁକେସନ ଏବଂ ତା’ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ। ଫଳରେ ଏହା ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ।
ତେଣୁ ଏହି ନୂଆ ଶିକ୍ଷାନୀତିର ଅନୁପାଳନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି। ୬ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677119585.jpg)