Advertisment

ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର

ସବୁ ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର ଅଣାଯିବାକୁ ଯୋଜନା ହେଉଛି । ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ।

ଅଦ୍ୟତନ ହୋଇଛି
One Nation One ID APAAR Card

Government Plans One Nation One ID For All School Students

Advertisment

ସବୁ ଛାତ୍ରଛାତ୍ରୀଙ୍କ ଏକକ ପରିଚୟ ପତ୍ର ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍ ନମ୍ବର ମିଳିବ ।

Advertisment

୨୦୨୦ ଶିକ୍ଷାନୀତି ଅନୁଯାୟୀ, ସବୁ ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରହିବ ।

୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ। ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତା ବାବଦରେ ବିସ୍ତୃତ ତଥ୍ୟ ଜଣାପଡ଼ିବ । ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ଭାବେ APAAR ଛାତ୍ରଛାତ୍ରୀଙ୍କ ଆଇଡି ନମ୍ବର ହେବ । 

Advertisment

ଏହି ଆଇଡି ପାଇଁ ଅଭିଭାବକଙ୍କ ସହମତିର ଆବଶ୍ୟକତା ଜରୁରୀ । ରାଜ୍ୟର ସ୍କୁଲ୍‌ ଶିକ୍ଷା ବିଭାଗ APAAR ଆଇଡି ବନାଇବା ଲାଗି ଶିକ୍ଷା ସଂସ୍ଥା ଗୁଡ଼ିକ ସହ ଆଲୋଚନା କରିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବୈଠକ ଡକାଇବା ଲାଗି କୁହାଯାଇଛି । 

School Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ