Advertisment

ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ !

ଟେକ୍ନିକାଲ ସମସ୍ୟା ଯୋଗୁ ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହୋଇପାରୁନାହିଁ।

ଅଦ୍ୟତନ ହୋଇଛି
Glitches During Computer Based Test For Odisha Police SI Exam

Glitches During Computer Based Test For Odisha Police SI Exam

Advertisment

ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ଟେକ୍ନିକାଲ ସମସ୍ୟା ଯୋଗୁ ଏହି ବିଭ୍ରାଟ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହୋଇପାରୁନାହିଁ। କମ୍ପ୍ୟୁଟର ଆଧାରିତ ପରୀକ୍ଷା ଠିକ୍ ସମୟରେ ହୋଇପାରିନଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।  ଏନେଇ OPRB(Odisha Public Recruitment Board )ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବୈଷୟିକ ତ୍ରୁଟି ପାଇଁ ଏହି ସମସ୍ୟା ହୋଇଛି। ଯେଉଁମାନେ ଆଜି ପରୀକ୍ଷା ଦେଇପାରି ନାହାନ୍ତି, ସେମାନେ କାଲି ପରୀକ୍ଷା ଦେଇପାରିବେ। କେହିବି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ। ସଫ୍ଟୱେୟାରରେ ତ୍ରୁଟି ହୋଇଥିବା ସେ କହିଛନ୍ତି।

Advertisment

ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।  

Odisha Police SI Exam Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ