ଏଣିକି ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା WiFi ସେବା । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସୁବିଧା ପାଇଁ ମାଗଣା WiFi ସେବା ଯୋଗାଇବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ଲାଇନ୍ ଥିବାରୁ ମାଗଣା ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସହାୟକ ହେବ । ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ। ଏଥିପାଇଁ କ୍ୟାମ୍ପସରେ WiFi ନେଟ୍ୱର୍କ ସ୍ଥାପନା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଚିଠି ଲେଖି ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।
ସେପଟେ, ଏହା ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ WiFi ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ 1 GB ଡାଟା ଫ୍ରିରେ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଯାହାର ବାସ୍ତବିକତାକୁ ନେଇ ଶିକ୍ଷାବିତ୍ମାନେ ପ୍ରଶ୍ନ ଉଠାଇଥିଲେ ।
Also Read
ଅଧ୍ୟାପକ ମରୁଡ଼ି ଓ ଭିତ୍ତିଭୂମି ଅଭାବ ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକର ନାକ୍ ମାନ୍ୟତା କମୁଛି । ଏସବୁ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ଶିକ୍ଷାବିତ୍ କହିଛନ୍ତି । ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବାକୁ ସରକାର ଅନେକ ଯୋଜନା ଆଣୁଛନ୍ତି, ହେଲେ କାର୍ଯ୍ୟକାରିତା ଓ ସଫଳତାକୁ ନେଇ ପ୍ରଶ୍ନ ଉଠିଛି ।