Advertisment

Career Tips: ଷ୍ଟାର୍ଟଅପ୍‌ରେ କ୍ୟାରିଅର୍ କରିବାକୁ ଚାହାନ୍ତି କି… ମାଗଣାରେ କରନ୍ତୁ ଏହିସବୁ କୋର୍ସ

ଆଜିର ଯୁବପିଢି ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଧୀନରେ ମଧ୍ୟ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଷ୍ଟାର୍ଟଅପ୍ ଇଣ୍ଡିଆର ୱେବସାଇଟରେ କିଛି ମାଗଣା ପାଠ୍ୟକ୍ରମ ଅପଲୋଡ୍ ହୋଇଛି।

ଅଦ୍ୟତନ ହୋଇଛି
Free online courses for startup entrepreneurs

Free online courses for startup entrepreneurs

Advertisment

ବର୍ତ୍ତମାନ ଷ୍ଟାର୍ଟଅପ୍‌ର କ୍ରେଜ୍ ଦ୍ୱିଗୁଣିତ ହୋଇଛି। ଅଧିକାଂଶ ଯୁବକ ସେମାନଙ୍କ ଚାକିରି ସହିତ ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଧୀନରେ ମଧ୍ୟ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଷ୍ଟାର୍ଟଅପ୍ ଇଣ୍ଡିଆର ୱେବସାଇଟରେ କିଛି ମାଗଣା ପାଠ୍ୟକ୍ରମ ଅପଲୋଡ୍ ହୋଇଛି।

Advertisment

ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକମାନେ ଷ୍ଟାର୍ଟଅପ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ମାଗଣା ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ। ତେବେ ଯେକୌଣସି ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ, କିଛି ମୌଳିକ କୌଶଳ ରହିବା ଆବଶ୍ୟକ। ଏଗୁଡିକ ବିନା ଷ୍ଟାର୍ଟଅପ୍ ଫେଲ୍ ହୋଇପାରେ।

ପ୍ଲାନିଙ୍ଗ୍, ଏଗ୍‌ଜୀକ୍ୟୁସନ୍, ଆଇଡିଏସନ୍, ଆନାଲିଟିକାଲ୍ ଥିଙ୍କିଙ୍ଗ୍, ବିଜିନେସ୍ ଆନାଲିଟିକ୍ସ, ଡାଟା ଆନାଲିସିସ୍, ଫାଇନାନ୍ସ ପରି କ୍ଷେତ୍ରରେ ଯଦି ଆପଣ ଦୁର୍ବଳ, ତେବେ ଆପଣ ଏହି ମାଗଣା ପାଠ୍ୟକ୍ରମଗୁଡ଼ିକରୁ କିଛି ଶିଖିପାରିବେ। ଷ୍ଟାର୍ଟଅପ୍ ଇଣ୍ଡିଆର ମାଗଣା ପାଠ୍ୟକ୍ରମ ପାଇଁ ଆପଣଙ୍କୁ ଫିସ୍ ବାବଦକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ। କେବଳ ଇଣ୍ଟର୍‌ନେଟ୍ କନେକସନ୍ ମଜବୁତ ରହିବା ଆବଶ୍ୟକ।

Advertisment

ଅଧିକ ପଢ଼ନ୍ତୁ: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

ମାଷ୍ଟର ଫାଇନାନ୍‌ସିଆଲ୍ ଆନାଲିଷ୍ଟ୍ ସ୍କିଲ୍:

ଷ୍ଟାର୍ଟଅପ୍ ପାଇଁ, ଆର୍ଥିକ ଯୋଜନା, ବିନିଯୋଗ ଏବଂ ବ୍ୟବସାୟ ତଥ୍ୟ ବିଶ୍ଳେଷଣ କରିବାର କୌଶଳ ଶିଖିବା ଜରୁରୀ। ଏହି ଅନ୍‌ଲାଇନ୍ ମାଗଣା ପାଠ୍ୟକ୍ରମ ଏଥିପାଇଁ କାମରେ ଆସିବ। ଏହି ମାଗଣା ପାଠ୍ୟକ୍ରମ ମାଧ୍ୟମରେ ଫାଇନାନ୍ସ, ବିଜିନେସ୍ ଆନାଲିଟିକ୍ସ ଏବଂ ନିଷ୍ପତ୍ତି ନେବା ଭଳି କୌଶଳ ଭଲ ହେବ।

Advertisment

ଡିଜାଇନ୍ ଥିଙ୍କିଙ୍ଗ୍ ଆଣ୍ଡ୍ ପିପଲ୍-ସେଣ୍ଟର୍ଡ ଡିଜାଇନ୍:

ଆଇଆଇଟି କାନପୁର ଦ୍ୱାରା ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହା ବିଶେଷତଃ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ଏକ ଅଭିନବ ଚିନ୍ତାଧାରା ସହିତ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହାଁନ୍ତି। ଏହି ପାଠ୍ୟକ୍ରମରେ, ଡିଜାଇନ୍ ଥିଙ୍କିଙ୍ଗ୍ ଆଣ୍ଡ୍ ପିପଲ୍-ସେଣ୍ଟର୍ଡ ଡିଜାଇନ୍ ବିଷୟରେ କୁହାଯାଏ। ଏହା ମାଗଣା ପାଠ୍ୟକ୍ରମ startupindia.gov.in ରେ ଉପଲବ୍ଧ।

ମାଷ୍ଟର ଇନ୍-ଡିମାଣ୍ଡ ପ୍ରଫେସନାଲ୍ ସଫ୍ଟ ସ୍କିଲ୍:

ଯେକୌଣସି କ୍ଷେତ୍ରରେ ଆଗକୁ ଯିବାକୁ ହେଲେ ସଫ୍ଟ ସ୍କିଲ୍ ଉପରେ ଧ୍ୟାନ ଦେବା ଜରୁରୀ। ଆପଣଙ୍କ ପ୍ରଫେସନ୍‌ ପାଇଁ ଆବଶ୍ୟକ ସଫ୍ଟ ସ୍କିଲ୍ ଉପରେ ଜ୍ଞାନ ରହିବା ଦ୍ୱାରା ଗ୍ରାହକ, ବିଜିନେସ୍ ପାର୍ଟନର୍‌, ଟିମ୍ ଇତ୍ୟାଦି ସହିତ ଯୋଗାଯୋଗ କରିବା ସହଜ ହେବ।

ଡିଜିଟାଲ୍‌ ମାର୍କେଟିଂ ସ୍ପେଶାଲିଷ୍ଟ୍:

ଆଜିର ଡିଜିଟାଲ ଯୁଗରେ ସବୁକିଛି ଗୋଟିଏ କ୍ଲିକ୍‌ରେ ମିଳିଯାଉଛି। ବର୍ତ୍ତମାନ ମାର୍କେଟିଂ ମଧ୍ୟ ଡିଜିଟାଲ୍ ମାଧ୍ୟମରେ ହେଉଛି। ଏକ ଡିଜିଟାଲ ମାର୍କେଟିଂ ସ୍ପେଶାଲିଷ୍ଟ୍ ହେବା ଆପଣଙ୍କ ଷ୍ଟାର୍ଟଅପ୍‌କୁ ଏକ ନୂଆ ବୁଷ୍ଟ୍ କରିବାରେ ସାହାଯ୍ୟ କରିବ। ଏହି ପାଠ୍ୟକ୍ରମରେ SEO ଏବଂ ଆନାଲିଟିକ୍ସର ବେସିକ୍ ଉପରେ ଫୋକସ୍ କରାଯାଏ।

ଅର୍ଥନୀତି / ପରିଚାଳନା / ଉଦ୍ୟୋଗୀତା:

ଏହି ବିଶେଷ ପାଠ୍ୟକ୍ରମ ଆଇଆଇଟି ଖଡଗପୁରର ପ୍ରଫେସର ପି.କେ.ଜେ ମହାପାତ୍ର ଉଦ୍ୟମରେ ଆରମ୍ଭ ହୋଇଛି। ଏହାର ସିଲାବସ୍ ବହୁତ ବିସ୍ତୃତ। ଏଥିରେ ନାଁ ଲେଖାଇ ଆପଣ ଅର୍ଥନୀତି, ପରିଚାଳନା ଏବଂ ଉଦ୍ୟୋଗର A, B, C, D ଶିଖିପାରିବେ। ଏହାର ଇଣ୍ଟ୍ରୋଡକ୍ସନ୍ ଭିଡିଓ ୟୁଟ୍ୟୁବରେ ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

Indian Startups Job Search Job Seekers Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ