Advertisment

ମୁଣ୍ଡ ଉପରେ ପରୀକ୍ଷା, କେମିତି କରିବେ ପ୍ରସ୍ତୁତି

ପରୀକ୍ଷା ପାଖେଇଲେ ପିଲାଙ୍କ ଚିନ୍ତା ବଢ଼ିଯାଏ..ଏମିତିକି କେତେକ ପିଲାଙ୍କ ଦୈନିକ ଖାଦ୍ୟ ମଧ୍ୟ କମି କମି ଯାଏ, ଯାହା ସ୍ୱାସ୍ଥ୍ୟହାନୀର   କାରଣ ହେବା ସହ ପରୀକ୍ଷା ଫଳରେ ଏହାର ସାଂଘାତିକ ପ୍ରଭାବ ପଡ଼ିଥାଏ..। ମନସ୍ତତ୍ୱବିତଙ୍କ ମତରେ ଅନେକ ସମୟରେ ମେଧାବୀ   ପିଲାମାନେ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରି ମାନସିକ ଅବବସାଦର ଶିକାର ହୁଅନ୍ତି..। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଯଥେଷ୍ଟ   ଭୂମିକା ରହିଛି...।

ଅଦ୍ୟତନ ହୋଇଛି
exam preparation

exam preparation

Advertisment

ପରୀକ୍ଷା ପାଖେଇଲେ ପିଲାଙ୍କ ଚିନ୍ତା ବଢ଼ିଯାଏ। ଏମିତିକି କେତେକ ପିଲାଙ୍କ ଦୈନିକ ଖାଦ୍ୟ ମଧ୍ୟ କମି କମି ଯାଏ, ଯାହା ସ୍ୱାସ୍ଥ୍ୟହାନୀର କାରଣ ହେବା ସହ ପରୀକ୍ଷା ଫଳରେ ଏହାର ସାଂଘାତିକ ପ୍ରଭାବ ପଡ଼ିଥାଏ। ମନସ୍ତତ୍ୱବିତଙ୍କ ମତରେ ଅନେକ ସମୟରେ ମେଧାବୀ ପିଲାମାନେ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରି ମାନସିକ ଅବବସାଦର ଶିକାର ହୁଅନ୍ତି। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଯଥେଷ୍ଟ ଭୂମିକା ରହିଛି। ସେମାନେ ପିଲାଙ୍କ ନିୟମିତ ପାଠପଢ଼ା ସହ ଯେ।ଡ଼ି ହେବା ଉଚିତ୍। ଅନେକ ଅଭିଭାବକ ପିଲାଙ୍କୁ ପରୀକ୍ଷା ପୂର୍ବରୁ ଅବସର ପାଇଁ ଆଦୌ ସୁଯେ।ଗ ଦିଅନ୍ତି ନାହିଁ, ଏହା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଏବଂ ପିଲାଟି କ୍ରମେ ଚିଡଚିଡା ହେ।ଇ  ପାଠ ମନେ ରଖି ପାରେ ନାହିଁ।

Advertisment

ସାଧାରଣତଃ ପିଲାଟି ପରୀକ୍ଷା ପୂର୍ବରୁ ରାତି ଅନିଦ୍ରା ହେ।ଇ ପାଠ ପଢ଼ିବା ଉପରେ ଅନେକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଶିକ୍ଷା ବିଶେଷଜ୍ଞଙ୍କ ମତରେ ଏହା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସୁତରାଂ ପରୀକ୍ଷା ପୂର୍ବରୁ କିଛି ଟିପ୍ସ ଓ ଟ୍ରିକ୍ସ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଉଦାହରଣ ସ୍ୱରୁପ ଜଣେ ପିଲା ଦିନରାତି ପାଠପଢ଼ି ଭଲ ରେଜଲ୍ଟ କରିପାରିଲାନି କିନ୍ତୁ ଆଉ ଜଣେ ପିଲା ସାଧାରଣ ଭାବେ ପାଠପଢ଼ି ଭଲ ରେଜଲ୍ଟ ପାଇଲା। ଏଠି ଟିପ୍ସ ଓ ଟ୍ରିକ୍ସର ଭୂମିକା ରହିଛି। ଚାଲନ୍ତୁ ସେ ବିଷୟରେ ଆଲେ।ଚନା କରିବା। 

ପରୀକ୍ଷାର ଯଥେଷ୍ଟ ଆଗରୁ ରିଭିଜନ୍

ସାଧାରଣତଃ ଲକ୍ଷ୍ୟ କରାଯାଏ, ପରୀକ୍ଷାର କମ୍ ଦିନ ପୂର୍ବରୁ ପିଲାମାନେ ରିଭିଜନ ଆରମ୍ଭ କରିଥାନ୍ତି। ହାତରେ ସମୟ ଅଭାବରୁ ସେମାନେ ସବୁ ବିଷୟକୁ ସମାନ ଗୁରୁତ୍ୱ ଦେଇପାରନ୍ତି ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ରିଭିଜନ ଶେଷ ନହେଲେ କିଛି ପିଲାଙ୍କ ମାନସିକ ଚିନ୍ତା ବଢ଼ିଯାଏ ଏବଂ ସେମାନେ ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷାରେ ପାସ୍ କରିବାକୁ ଚେଷ୍ଟା କରନ୍ତି। କିଛି ପିଲା ପରୀକ୍ଷାରେ ପାସ୍ ସିନା କରିଯାନ୍ତି..ଉଚ୍ଚଶିକ୍ଷା କ୍ଷେତ୍ରରେ ଏହାର କୁପରିଣାମ ଭୋଗିଥାନ୍ତି। ସୁତରାଂ ପରୀକ୍ଷାର ଯଥେଷ୍ଟ ଆଗରୁ ରିଭିଜନ ଆରମ୍ଭ କରିବା ଉଚିତ୍। 

Advertisment

ପାଠପଢ଼ାର ସମୟ ନିର୍ଘଣ୍ଟ

ପରୀକ୍ଷାରେ ଭଲ ରେଜଲ୍ଟ କରିବାକୁ ହେଲେ ପାଠପଢ଼ାର ସମୟ ନିର୍ଘଣ୍ଟ ତିଆରି କରିବାକୁ ହେବ। ଅନେକ ପିଲା ଏହା କରିପାରନ୍ତି ନାହିଁ। ସେମାନଙ୍କର କିଛି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ନଥାଏ। ଯେତେବେଳେ ଇଚ୍ଛା ହେଲା ବହି ଖେ।ଲି ବସିଯାଆନ୍ତି ଆଉ ଯେତେବେଳେ ଇଚ୍ଛା ହେଲା ବହି ବନ୍ଦ କରି ଟିଭି  କିମ୍ବା ମେ।ବାଇଲ ଧରି ବସିଯାଆନ୍ତି। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ମଧ୍ୟ ଅନେକ ଭୂମିକା ରହିଛି। ଯଦି ପିଲାଟି ସମୟ ନିର୍ଘଣ୍ଟ କରିପାରୁନାହିଁ, ତେବେ ଏଠି ଅଭିଭାବକ ପିଲା ସହ ଆଲେ।ଚନା କରି ସମୟ ନିର୍ଘଣ୍ଟ ତିଆରି କରିବା ଉଚିତ। ଏହା ଦ୍ୱାରା ସମୟର ସଠିକ୍ ବିନିଯେ।ଗ ହେବା ସହ ପରୀକ୍ଷା ପୂର୍ବରୁ ପାଠର ରିଭିଜନ ଶେଷ ହେଇପାରିବ। 

ନିୟମିତ ବିରତି ଉପରେ ଗୁରୁତ୍ୱ

ପରୀକ୍ଷା ପୂବରୁ ଅନେକ ପିଲା ଏପରିକି ଅଭିଭାବକମାନେ ମଧ୍ୟ ନିୟମିତ ବିରତି ଉପରେ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନଙ୍କ ମତରେ ପରୀକ୍ଷା ଆଗରୁ ନେ। ରେଷ୍ଟ ପଲିସିକୁ ଆପେଣଇନବା ଉଚିତ୍। କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ଆଦୌ ଠିକ୍ ନୁହେଁ। ନିୟମିତ ବିରତି ହିଁ ପିଲାର ସ୍ମରଣ ଶକ୍ତିକୁ ବଢ଼େଇବାରେ ସହାୟକ ହେ।ଇପାରିବ। ତେବେ ଏକଥା ମଧ୍ୟ ମନେ ରଖିବାକୁ ହେବଯେ, ଏଥିପାଇଁ ପରୀକ୍ଷାର  ଯଥେଷ୍ଟ ଆଗରୁ ରିଭିଜନ ଆରମ୍ଭ କରିବାକୁ ପଡ଼ିବ। ନଚେତ ବିରତି ନେବା ହୁଏତ ସଂଭବ ହେ।ଇନପାରେ ଏବଂ ଫଳ ସ୍ୱରୂପ ପରୀକ୍ଷା ଉପରେଏହାର ଖରାପ ପ୍ରଭାବ ପଡ଼ିବ। 

Advertisment

ନମୂନା ପ୍ରଶ୍ନପତ୍ରର ଉତ୍ତର ଅଭ୍ୟାସ

ଅନେକ ପିଲା ଦିନରାତି ପରିଶ୍ରମ କରି ପାଠ ପଢ଼ନ୍ତି, କିନ୍ତୁ ଆଶାନୁରୂପ ରେଜଲ୍ଟ ପାଇପାରନ୍ତିନି।  ଆମେଏଇ ଟିକେ ଆଗରୁ ଯେଉଁ ଟିପ୍ସ ଓ ଟ୍ରିକ୍ସ ଉପରେ ଆଲେଚନା କରୁଥିଲେ, ଏଠି ତା’ର ଭୂମିକା ରହିଛି। ସୁତରାଂ ଆମକୁ ନମୂନା ପ୍ରଶ୍ନପତ୍ରର ଉତ୍ତର ଅଭ୍ୟାସ କରିବାକୁ ପଡ଼ିବ। ଘର ଭିତରେ ପରୀକ୍ଷା ହଲ୍ ର ପରିବେଶ ତିଆରି କରି ପିଲାମାନେ ନମୂନା ପ୍ରଶ୍ନପତ୍ରର ଉତ୍ତର ଦେଇ ନିଜର ଦକ୍ଷତା ମାପିବାକୁ ପଡ଼ିବ। ଏହାଦ୍ୱାରା ସେମାନେ ନିଜର ଶକ୍ତି ଓ ଦୁର୍ବଳତା ବାବଦରେ ଜାଣି  ସେଇ ଅନୁଯାୟୀ ନିଜର ପ୍ରସ୍ତୁତିକି ବଦଳେଇପାରିବେ। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଯଥେଷ୍ଟ ଭୂମିକା ରହିଛି। ଘର ଭିତରେ ପରୀକ୍ଷା ହଲ୍ ର ପରିବେଶଟିଏ ତିଆରି କଲେ, ପିଲାଟି ସତସତିକା ପରୀକ୍ଷା ହଲରେ ବସିବାର ଅନୁଭବ ଆଣିପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ  ପରୀକ୍ଷାରେ ଚାପମୁକ୍ତ ହେ।ଇ ଭଲ ରେଜଲ୍ଟ କରିବ। 

ମାନସିକ ସନ୍ତୁଳନ

ଏ ବିଷୟରେ ଆମେ ପ୍ରଥମରୁ ଆଲେ।ଚନା କରିଚଛେ। ପିଲାଟି ଯଦି କୌଣସି କାରଣ ବଶତଃ ତା’ର ମାନସିକ ସନ୍ତୁଳନ ହରାଇବସେ, ତେବେ ତା’ର ସବୁ ପାଠପଢ଼ା ବ୍ୟର୍ଥ ଯାଏ ଏବଂ ସେ ପରୀକ୍ଷାରେ ଖରାପ କରେ। ଏହାର ଏକମାତ୍ର କାରଣ ହେଉଛି ଭୟ। ଅନେକ ସମୟରେ ପିଲାଟି ପରୀକ୍ଷା ପୂର୍ବରୁ ସବୁ ପାଠ ସାରିପାରିବନି ବେ।ଲି ଚିନ୍ତା କରି ମାନସିକ ଅବସାଦର ଶିକାର ହୁଏ। ଏ ଦିଗରେ ଅଭିଭାବକମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି। ସେମାନେ ପିଲାମାନଙ୍କ ସହ ବଂଧୁ ଭାବ ମିଶି ସେମାନଙ୍କ ମନରୁ ଭୟ ଦୂର କରିବା ଆବଶ୍ୟକ। ବିଶେଷ କରି ଉପଯୁକ୍ତ ପରାମର୍ଶ ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇପାରିବ। 

Exam Engineering CBSE 10th ICSE 10th ISC 12th CBSE 12th State Board(odisha)
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ