Advertisment

ଆଦିବାସୀ ଅଧ୍ୟୁଷିତ କୋରାପୁଟକୁ କେବେ ମିଳିବ ମଡେଲ ଡିଗ୍ରୀ କଲେଜ ?

ସେମିଳିଗୁଡ଼ାରେ ନିର୍ମାଣ ସତ୍ତ୍ୱେ ଭାରତମାଳା ସଡ଼କ ପାଇଁ ହେଲାନି କାର୍ଯ୍ୟକ୍ଷମ । ନୂଆ କୋଠା ପାଇଁ ନୂଆ ସ୍ଥାନ ଚିହ୍ନଟରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ ।

ଅଦ୍ୟତନ ହୋଇଛି
model degree college

model degree college

Advertisment

ଶିକ୍ଷାବର୍ଷ ପରେ ଶିକ୍ଷାବର୍ଷ ଆସୁଛି, ଯାଉଛି। ହେଲେ ସାକାର ହେଉନି ଆଦିବାସୀ ଅଧ୍ୟୁଷିତ କୋରାପୁଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଆଦର୍ଶ ଡିଗ୍ରୀ କଲେଜର ସ୍ୱପ୍ନ। କାରଣ ସେମିଳିଗୁଡ଼ାରେ କଲେଜର ନିର୍ମାଣକାମ ସରିବା ସତ୍ତ୍ୱେ ବି ଭାରତ ମାଳା ପ୍ରୋଜେକ୍ଟ ପାଇଁ ଏହା ଅଟକି ରହିବା ପରଠୁ ଏହା ଆଉ କେଉଁଠି ହେବ ତାକୁ ନେଇ ଅନ୍ଧାରରେ ଜିଲ୍ଲାବାସୀ ।

Advertisment

କୋରାପୁଟ ସେମିଳିଗୁଡ଼ାର କୁତୁଙ୍ଗାରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରେ ଆଦିବାସୀ ବହୁଳ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ହେବାର ଥିଲା ଆଦର୍ଶ ଡିଗ୍ରୀ କଲେଜ୍। ହେଇଥିଲା ବି। ୨୦୧୯ ଫେବ୍ରୁଆରୀ ୩ ତାରିଖରୁ କାମ ଆରମ୍ଭ ହୋଇ ୨୦୨୧ ବେଳକୁ କାମ ସରିଯାଇଥିଲା। ସେଇ ବର୍ଷଠୁ ପାଠପଢ଼ା ଆରମ୍ଭ ହେବା ଲକ୍ଷ୍ୟରେ କେବଳ ବିଲଡିଂକୁ ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ବାକିଥିଲା। ହେଲେ ହେଲାନି। ଠିକ୍ ଏହି ସମୟରେ ଜଣାପଡ଼ିଲା କଲେଜକୁ ଲାଗିକି ଯିବ ଭାରତ ମାଳା ପରିଯୋଜନାର ୬ ଥାକିଆ ରାସ୍ତା। ବାସ୍, ତା ପରଠୁ ରାସ୍ତା ନିର୍ମାଣ ଚାଲିଲା, କଲେଜ ପାଇଁ ଉଦ୍ଦିଷ୍ଟ ଏ କୋଠାରେ ଚାଲିଲା ଠିକାସଂସ୍ଥାର ଅଫିସ୍।... ହେଲେ ତାର ଆୟୁଷ ବି ମାତ୍ର ୩-୪ ମାସ। ରାସ୍ତାକାମ ସରିଲେ ମାଟିର ମିଶିବ ସେ କୋଠା । ହେଲେ ସେବେଠୁ ୬ କୋଟି ଟଙ୍କା ବ୍ୟୟ ପରେ ବି ଝୁଲି ରହିଛି ଆଦର୍ଶ ଡିଗ୍ରୀ କଲେଜର ଭାଗ୍ୟ। ...ଆଶା, ଆଶଙ୍କାରେ ସ୍ଥାନୀୟ ବାସିନ୍ଦା। 

Advertisment

ବଡ଼ କଥା ହେଉଛି ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏଇ ଡିଗ୍ରୀ କଲେଜ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ସରିଥିଲା ସେ ଅର୍ଥ କୁଆଡ଼େ କେନ୍ଦ୍ର ସରକାର ରାଜ୍ୟକୁ ଦେଇ ସାରିଛନ୍ତି।...ଅର୍ଥାତ୍ ଡିଗ୍ରୀ କଲେଜ ପାଇଁ ଏବେ ବି ୧୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ଅଛି । କେବଳ ଅନ୍ୟ ଏକ ପ୍ରକୃଷ୍ଟ ସ୍ଥାନଚିହ୍ନଟ କରି ସେଠି ପୁଣି କଲେଜ ନିର୍ମାଣ କରିବା କଥା । ହେଲେ ବର୍ଷ ପରେ ବର୍ଷ ବିତି ଚାଲିଥିଲେ ବି ଏଯାଏଁ ବିଭାଗର ଜାଗା ଖୋଜା ସରୁନି । ୟା ଭିତରେ ସେମିଳିଗୁଡ଼ାରୁ ନନ୍ଦପୁର ଯିବା ରାସ୍ତାରେ କୌଣସି ଏକ ସ୍ଥାନରେ ଜାଗା ଚିହ୍ନଟ ହୋଇଥିବା କୁହାଯାଉଥିଲା ବେଳେ ଆଧିକାରିକ ଭାବେ ଏନେଇ କିନ୍ତୁ କୌଣସି ସୂଚନା ଦିଆଯାଉନି। ଏପରିକି ଜିଲ୍ଲାପାଳ ମଧ୍ୟ ଏନେଇ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ। ଯାହାକୁ ନେଇ ତେଜିଛି ରାଜନୀତି।... 

ଆଦିବାସୀ ଓ ପଛୁଆ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉନ୍ନତମାନର ଉଚ୍ଚଶିକ୍ଷା ପ୍ରଦାନ ଲକ୍ଷ୍ୟରେ ୨୦୧୮ରେ କେନ୍ଦ୍ର ସରକାର ରାଜ୍ୟର କଳାହାଣ୍ଡି, କନ୍ଧମାଳ, ଗଜପତି, ବଲାଙ୍ଗିର, ଢେଙ୍କାନାଳ ଓ କୋରାପୁଟ ଭଳି ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ହେଲେ ଦୂରଦୃଷ୍ଟିର ଅଭାବରୁ କୋଟି କୋଟି ଟଙ୍କାର ଅର୍ଥଶ୍ରାଦ୍ଧ ପରେ ବି ଏଯାଏଁ କୋରାପୁଟରେ କଲେଜ ପାଇଁ ସାନି ସ୍ଥାନ ଚିହ୍ନଟ ନ ହୋଇ ପାରିବା ଅସନ୍ତୋଷ ସୃଷ୍ଟି କରିଛି।... 

Advertisment
Model Degree College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ