Advertisment

ବ୍ୟବସାୟୀ ଦମ୍ପତିଙ୍କ ଉଦାରତା; ମାଗଣାରେ ପିଲାଙ୍କୁ ଦେଉଛନ୍ତି କୋଚିଂ

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍‌। ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।

ଅଦ୍ୟତନ ହୋଇଛି
Education

Education

Advertisment

ଧାଡି ଧାଡି ହୋଇ ପିଲା ଛିଡା ହୋଇଛନ୍ତି, ଏକା ସାଙ୍ଗରେ ପ୍ରତିଦିନ ପ୍ରାର୍ଥନା ବୋଲୁଛନ୍ତି । ପ୍ରାର୍ଥନା ସରିବା ପରେ କ୍ଲାସ୍‌ ରୁମ୍‌ରେ ଆରମ୍ଭ ହୁଏ ପାଠପଢା । କିଏ ସିଲଟ୍‌ ଖଡି ଧରି ଅ, ଆ ଲେଖୁଛି ତ ଆଉ କିଏ ବର୍ଣ୍ଣବୋଧ ତ ଆଉ କିଏ ବହି ଧରି ପଢେ ପାଠ । ଦର୍ଶକବନ୍ଧୁ ଆପଣ ଭାବୁଥିବା କଥା ଶତକଡା ୫୦ ଭାଗ ଠିକ୍‌। ଏଇଟା ପାଠଶାଳା କିନ୍ତୁ ସରକାରୀ କି ବେସରକାରୀ ସ୍କୁଲ ନୁହେଁ ।

Advertisment

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍‌ । ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।

କଳାହାଣ୍ଡି ଜୁନାଗଡ ସହରର ମାଗଣା କୋଚିଂ ସେଣ୍ଟରକୁ ନେଇ ଏବେ ଭାରି ଚର୍ଚ୍ଚା । ସ୍ଥାନୀୟ ଅଂଚଳର ବ୍ୟବସାୟୀ ଦୀପକ ରଂଜନ ଓ ତାଙ୍କ ସ୍ତ୍ରୀ ସୀତାରାଣୀ ଏବେ ପିଲାଙ୍କୁ ମାଗଣାରେ ପଢାଉଛନ୍ତି ପାଠ। ବର୍ତ୍ତମାନ ସମୟରେ ପାଖାପାଖି ୧୨୦ ଜଣ ପିଲା ପଢୁଛନ୍ତି । ସୀତାରାଣୀ ଏକ ସଙ୍ଗରେ ଏତେ ପିଲାଙ୍କୁ ପଢାଇବା ସମ୍ଭବ ନଥିବାରୁ ଦୁଇ ଶିକ୍ଷୟିତ୍ରୀଙ୍କୁ ଏଠାରେ ନିଯୁକ୍ତି ବି କରିଛନ୍ତି। ଯେଉଁମାନେ ପିଲାଙ୍କୁ ପଢାଉଛନ୍ତି ପାଠ ।

Advertisment

ଖାସ୍‌ କରି ବସ୍ତି ପିଲାମାନେ ସ୍କୁଲ ଯାଉଥିଲେ ସୁଦ୍ଧା ପାଠରେ ଏତେଟା ମନ ନିବେଶ କରିପାରୁନଥିଲେ। କିନ୍ତୁ ମାଗଣା କୋଚିଂ ସେଂଟରରେ ପାଠ ପଢିବା ପରେ ନିଜର ସୁନ୍ଦର ଭବିଷ୍ୟତ ପାଇଁ ଦେଖୁଛନ୍ତି ସୁନେଲି ସ୍ୱପ୍ନ । ଅନେକ ସମୟରେ ଦେଖାଯାଏ ପିଲାମାନେ ସ୍କୁଲ ନଯାଇ ବାହାରେ ବୁଲୁଛନ୍ତି ନଚେତ୍‌ ବଦମାସ କରୁଛନ୍ତି । କିନ୍ତୁ ଏଇ ଦମ୍ପତିଙ୍କ ପ୍ରୟାସ ପାଇଁ ଏବେ ଶିକ୍ଷିତ ହେବାରେ ଲାଗିଛନ୍ତି ବସ୍ତି ପିଲା। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଦୀପକ ଓ ସୀତାରାଣୀଙ୍କୁ ନେଇ ବଢୁଛି ଚର୍ଚ୍ଚା।

ଧର୍ମଗଡ଼ରୁ ଇଙ୍ଗୀତ୍‌ ପଣ୍ଡାଙ୍କ ରିପୋର୍ଟ

Businessman Free Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ