Advertisment

କଲେଜ ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଇତିହାସ ଓ ସଫଳତାର ଗାଥା

କଲେଜ ପିଲା ଶୁଣିବେ 'ହକି'ର ଗାଥା…ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ…ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଅଦ୍ୟତନ ହୋଇଛି
College students to hear history & success stories of Indian Hockey

College students to hear history & success stories of Indian Hockey

Advertisment

ସ୍କୁଲ ପରେ କଲେଜ ଛାତ୍ରଛାତ୍ରୀ ବି ଶୁଣିବେ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା । ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି । ଜାତୀୟ ହକି ଦଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ବିଷୟରେ ଜାଣିବେ ଛାତ୍ରଛାତ୍ରୀ।

Advertisment

ଓଡ଼ିଶା ପ୍ରଯୋଜକ ହେବା ପରେ କିପରି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ ବି କୁହାଯିବ ଏହି ଅବସରରେ । କଲେଜରେ ପଢ଼ାଯିବାକୁ ଥିବା ଦୁଇ ପୃଷ୍ଠା ସମ୍ବଳିତ ବାର୍ତ୍ତାକୁ ବି ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତୁତ କରି କଲେଜ୍ ଅଧ୍ୟକ୍ଷମାନଙ୍କୁ ପଠାଇଥିବା ସୂଚନା ମିଳିଛି। ଏଥିସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଖାଲି ସେତିକି ନୁହେଁ ପିଲାଙ୍କୁ ଏହି ଅବସରରେ ଚକୋଲେଟ୍ କିମ୍ବା ମିଠା ବଣ୍ଟିବାକୁ ବି ଚିଠିରେ କୁହାଯାଇଛି । ଦୁଇ ଦିନ ତଳେ ସବୁ ସ୍କୁଲରେ ପ୍ରାର୍ଥନା ସଭାରେ ହକିର ଏସିଆଡ୍ ସଫଳତାକୁ ଶୁଣିଥିଲେ ଛାତ୍ରଛାତ୍ରୀ ।

Advertisment
Indian Hockey History
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ