ବଦଳିଲା +୨ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ

୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ ।

PLus 2 Science Syllabus

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ୍ ଦିଆଯାଇଛି । ୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ । ଏହାପୂର୍ବରୁ CBSE ବାଦ୍ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି ।

ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କଳା ଓ ବାଣିଜ୍ୟ ବିଭାଗ ବିଷୟରେ ସିଲାବସ୍ ପରିବର୍ତ୍ତନ ହୋଇନି ।