ଆସନ୍ତାକାଲି ପ୍ରକାଶ ପାଇବ +୨ ଫଳ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ

ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ ଫଳ

ଆସନ୍ତାକାଲି ପ୍ରକାଶ ପାଇବ +୨ ରେଜଲ୍ଟ । ଆସନ୍ତାକାଲି ଅପରାହ୍ନ ୪ଟାରେ ଏକସଙ୍ଗେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ବାହାରିବ । ଏସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ତେବେ ଏହାର ସପ୍ତାହକ ପରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ ।ମହାମାରୀ ଲଗାତର ଦୁଇ ବର୍ଷ ଧରି ଅଫଲାଇନ୍ ପରୀକ୍ଷା ବନ୍ଦ ପରେ ଏଥର ଅଫଲାଇନ୍  ପରୀକ୍ଷା ଦେଇଛନ୍ତି ଛାତ୍ରୀଛାତ୍ରୀ । ଏବର୍ଷ ପରୀକ୍ଷା ଦେଇଥିବା ପ୍ରାୟ ୩ ଲକ୍ଷରୁ ଅଧିକ ପିଲା ଯୁକ୍ତ ଦୁଇ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି ।

କେମିତି ଚେକ୍‌ କରିବେ ରେଜଲ୍ଟ...

ସୂଚନାଯୋଗ୍ୟ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିଲା ଯୁକ୍ତ ୨ ପରୀକ୍ଷା । ତା’ପରେ ଜୁନ୍‌ ୨ ତାରିଖ ଠାରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା । ୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହୋଇଥିଲା । ୨ ଟି ପର୍ଯ୍ୟାୟରେ ଖାତା ଦେଖା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଯାଏ ଖାତା ଦେଖା ହୋଇଥିଲା ।