Advertisment

ଜୁଲାଇ ଶେଷ ସପ୍ତାହରେ ବାହାରିବ +୨ ରେଜଲ୍ଟ

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
undefined

+2 result declaration

Advertisment

ମାଟ୍ରିକ ରେଜଲ୍ଟ ବାହାରିବା ନେଇ ତାରିଖ ଘୋଷଣା ପରେ +୨ ରେଜଲ୍ଟ ବାହାରିବା ନେଇ ତାରିଖ ଘୋଷଣା ହୋଇଛି। ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

Advertisment

ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହୋଇଥିଲା। ୨ଟି ପର୍ଯ୍ୟାୟରେ +୨ ଖାତା ମୂଲ୍ୟାୟନ ହୋଇଥିଲା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ  ଜୁନ୍ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହୋଇଥିଲା।

ସୂଚନାଥାଉ କି, ଗତ ଏପ୍ରିଲ ୨୮ରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୪ ପର୍ଯ୍ୟନ୍ତ ଏହା ଚାଲିଥିଲା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ତେବେ ମେ’ ୩୧ରେ ହେବାକୁ ଥିବା ପରୀକ୍ଷାକୁ ଜୁନ୍‌ ୪କୁ ଘୁଞ୍ଚାଇ ଦିଆଯାଇଥିଲା। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏହି ପରୀକ୍ଷାକୁ ଘୁଞ୍ଚା ଯାଇଥିଲା।

Advertisment

CHSE ବିଜ୍ଞପ୍ତି ଅନୁସାରେ, ମେ’ ୩୧ରେ Mathematics (Arts/Science), Home Science (Arts) and BFC-Biology (vocational) ପରୀକ୍ଷା ହେବାର ଥିଲା। ହେଲେ ବ୍ରଜରାଜନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ୍‌ ୪କୁ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା।

ସେପଟେ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ୬ ତାରିଖ ଦିନ ୧ଟା ବେଳେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Advertisment
CHSE Odisha Plus Two Results Plus Two Exam Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ