Advertisment

ପ୍ଲସ ଟୁ ଅଫଲାଇନ୍ ଫଳ ପ୍ରକାଶନ ଭୁଲିଗଲା କି ସିଏଚ୍ଏସ୍ଇ?

ପରୀକ୍ଷା ସରିବାର ମାସେ ଧରିବାକୁ ବସିଲାଣି ରେଜଲ୍ଟ ବାହାରିବାର ସୋର ଶବ୍ଦ ନାହିଁ। ତାଙ୍କରି ସାଙ୍ଗର ପିଲା ଆଡମିଶନ୍ କରି କ୍ଲାସ୍ କଲେଣି। ହେଲେ ଏମାନେ ଏବେବି ରେଜଲ୍ଟକୁ ଚାହିଁ ଘରେ ବସିଛନ୍ତି

CHSE

CHSE

Advertisment

ଭୁବନେଶ୍ୱର: ଅଫ୍ ଲାଇନ୍ ପରୀକ୍ଷାର୍ଥୀଙ୍କୁ ଭୁଲିଗଲା କି ସିଏଚ୍ଏସ୍ଇ ? ରେଜଲ୍ଟ ବାହାରିବ କଣ ପରୀକ୍ଷାକୁ ପ୍ରାୟ ମାସେ ବିତିବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ଖାତା ଦେଖା ଆରମ୍ଭ ହୋଇନି। ତେଣୁ ଉଚ୍ଚ ଶିକ୍ଷାରେ ଆଡ଼ମିଶନକୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ, ଚିନ୍ତାରେ ଅଭିଭାବକ। ଆଉ ଏପଟେ ବିଳମ୍ବର କାରଣ ସମ୍ପର୍କରେ ପରିଷଦ ଚୁପ୍ ରହିଛି, ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

Advertisment

କଟକଣା ଭିତରେ ଖୋଲିଛି ଯୁକ୍ତ ତିନି ପ୍ରଥମ ବର୍ଷ । ମନପସନ୍ଦ କଲେଜରେ ଆଡମିଶନ ନେଇ ଆଶ୍ୱସ୍ତ ଛାତ୍ରଛାତ୍ରୀ। ଅନ୍ୟପଟେ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇ ଭଲ ମାର୍କ ଆଶାରେ ପରୀକ୍ଷା ଦେଇ ଯେମିତି ଫସି ଯାଇଛନ୍ତି ଅଫ୍ ଲାଇନ୍ ପରୀକ୍ଷାର୍ଥୀ। ପରୀକ୍ଷା ସରିବାର ମାସେ ଧରିବାକୁ ବସିଲାଣି ରେଜଲ୍ଟ ବାହାରିବାର ସୋର ଶବ୍ଦ ନାହିଁ। ତାଙ୍କରି ସାଙ୍ଗର ପିଲା ଆଡମିଶନ୍ କରି କ୍ଲାସ୍ କଲେଣି। ହେଲେ ଏମାନେ ଏବେବି ରେଜଲ୍ଟକୁ ଚାହିଁ ଘରେ ବସିଛନ୍ତି। ଏଭଳି ସ୍ଥିତିରେ ଯୁକ୍ତ ତିନି ପାଠ କେବେ ଓ କିଭିଳି ପଢିବେ? ଏତେ ପଛରେ ଆଡମିଶନ ନେଲେ କୋର୍ସ କେମିତି ସରିବ? ତାକୁ ନେଇ ଚିନ୍ତାରେ, ଜଣେ କି ଦୁଇଜଣ ନୁହେଁ ରେଜଲ୍ଟ ଅପେକ୍ଷାରେ ଥିବା ୧୩ହଜାର ୪୩ ଜଣ ଛାତ୍ରଛାତ୍ରୀ।

Advertisment

ଅକ୍ଟୋବର ୧ରୁ ୧୧ ଯାଏ ଅଫ୍ ଲାଇନରେ ପରୀକ୍ଷା କରିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ଏସବୁ ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବର ଶେଷରେ ପୁଣି ଆଡମିଶନ ପ୍ରକ୍ରିୟା ଆରମ୍ଭ କରାଯିବ । ହେଲେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ କଣ, ଏପର୍ଯ୍ୟନ୍ତ ଖାତା ଦେଖା କାହିଁକି ଆରମ୍ଭ ହୋଇନି ବୋଲି ପ୍ରଶ୍ନ କରିଛି ଅଧ୍ୟାପକ ସଂଘ। ସେପଟେ ସିଏଚ୍ଏସ୍ଇ କିନ୍ତୁ ନୀରବ ରହିଛି। ସିଏଚ୍ଏସ୍ଇର ଗୋଲକ ଧନ୍ଦା ଭିତରେ ଏବେ ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ରଛାତ୍ରୀ କେବେ ପ୍ରକାଶ ପାଉଛି ରେଜଲ୍ଟ ତାଉପରେ ନଜର ରହିଛି ସମସ୍ତଙ୍କର।

ବାଲେଶ୍ୱରରୁ ରଞ୍ଜିତ ପାକଳ, ସୋରରୁ ନିରଞ୍ଜନ ବେହେରା, ନବରଙ୍ଗପୁରରୁ ନବଘନ ବିଷୋୟୀ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

Advertisment
CHSE CHSE Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ