Astrospeak
  • Live TV
  • Read In English

ସ୍କୁଲ ଖୋଲିବା ନେଇ ନୂଆ SOP : ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ପରାମର୍ଶ

ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ରାଜ୍ୟ ସରକାର ସ୍ଥିର କରିବେ ।

school
ଶାରୀରିକ ଦୂରତ୍ୱ ପାଇଁ ସ୍କୁଲ ପରିସରରେ ମାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ

News Summary

ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ

ସ୍କୁଲରେ କ୍ରୀଡ଼ା ଉତ୍ସବ, ସାଂସ୍କୃତିକ କାଯର୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ

ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ

ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ରାଜ୍ୟ ସରକାର ସ୍ଥିର କରିବେ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ । ସ୍କୁଲରେ କ୍ରୀଡ଼ା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ । ସେହିପରି ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ ବସ୍ ଡ୍ରାଇଭରଙ୍କୁ ଆସିବାକୁ ବାରଣ କରାଯାଇଛି । ଏବେ ୧୧ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଲ ଖୋଲିଛି । ୧୬ଟି ରାଜ୍ୟରେ କେବଳ ବଡ଼ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇ ନାହିଁ । ଟିକାକରଣ ତ୍ୱରାନ୍ୱିତ ସହ କୋଭିଡ଼ ଗାଇଡଲାଇନ ମାନି ସ୍କୁଲ ଖୋଲାଯାଇ ପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ।

ଗତବର୍ଷ ଅକ୍ଟୋବର ୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ, ସ୍କୁଲ୍‌ ଆସିବାକୁ ଇଚ୍ଛୁକ ଶିକ୍ଷାର୍ଥୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରିଥିଲେ । [ଆଉ ଏବେ କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ନିୟମର ସଂଶୋଧନ କରାଯାଇଛି ।