Advertisment

ବଦଳିବ ସିବିଏସଇ ପରୀକ୍ଷା ଢାଞ୍ଚା; ପାଖରେ ବହି ଓ ଖାତା ରଖି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ଏହାକୁ ଗ୍ରହଣ କରିବେ କି ନାହିଁ ସେନେଇ CBSE ନିଷ୍ପତ୍ତି ନେବ। ସିବିଏସ୍ଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ସହିତ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
CBSE suggests open book examinations

CBSE suggests open-book examinations

Advertisment

ନବମରୁ ଦ୍ୱାଦଶ ଯାଏ ପରୀକ୍ଷାର୍ଥୀଙ୍କ ପାଇଁ ଭିନ୍ନ ପ୍ରକାର ପରୀକ୍ଷା କରିବ ସିବିଏସଇ। ଏନସିଏଫର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଓପନ ବୁକ୍ ପରୀକ୍ଷା ବା OBE କରିବା ପାଇଁ ପ୍ରସ୍ତାବ ଦେଇଛି।

Advertisment

ସୂଚନା ଅନୁଯାୟୀ, ନବମ ଓ ଦଶମ ଶ୍ରେଣୀ ପାଇଁ ଇଂରାଜୀ, ଗଣିତ, ବିଜ୍ଞାନ ଓପନ୍ ବୁକ୍ ଟେଷ୍ଟ କରିବ। ସେହିପରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଂରାଜୀ, ଗଣିତ ଓ ଜୀବନ ବି‍ଜ୍ଞାନ ପାଇଁ ଏକ ଓପନ ବୁକ୍ ଟେଷ୍ଟର ପାଇଲଟ୍ ଚଳାଇବା ପାଇଁ ପ୍ରସ୍ତାବ ଦେଇଛି।

ଅଧିକ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷାରେ ଭଲ କରିବା ପାଇଁ କ’ଣ କରିବେ, କ’ଣ କରିବେନି

ସିବିଏସଇ ୨୦୧୪-୧୫ରୁ ୨୦୧୬-୧୭ ମସିହା ପର୍ଯ୍ୟନ୍ତ ତିନି ବର୍ଷ ଯାଏ ନବମ ଓ ଏକାଦଶ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ଓପନ ଟେକ୍ସଟ୍ ବେସଡ୍ ଆସେସମେଣ୍ଟ (OTBA) ପରୀକ୍ଷା କରିଥିଲା। ସେତେବେଳେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷାବିତଙ୍କ ଯାଏ ସମସ୍ତେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଏହାକୁ ଦୃଷ୍ଟିରୁ ରଖି ଏପରି ପରୀକ୍ଷା ବନ୍ଦ କରାଯାଇଥିଲା।ମାତ୍ର ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ପୁଣି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

Advertisment

ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ଏହାକୁ ଗ୍ରହଣ କରିବେ କି ନାହିଁ ସେନେଇ CBSE ନିଷ୍ପତ୍ତି ନେବ। ସିବିଏସ୍ଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ସହିତ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛି। COVID-19 ସମୟରେ ଛାତ୍ରମାନଙ୍କ ବିରୋଧ ସତ୍ତ୍ୱେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓପନ ବୁକ୍ ପରୀକ୍ଷା ଆରମ୍ଭ କରିଥିଲା । ଏଥିସହ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ସହ ନିଜର ଉତ୍ତର ଖାତା, ଗ୍ୟାଜେଟ୍, ଅଧ୍ୟୟନ ସାମଗ୍ରୀ ଏବଂ ସାନିଟାଇଜର ଆଣିବାକୁ କୁହାଯାଇଥିଲା ।

ଓପନ ବୁକ୍ ପରୀକ୍ଷା ବା OBE କ’ଣ?

ଓପନ ବୁକ୍ ପରୀକ୍ଷା ଛାତ୍ରଛାତ୍ରୀ ସାଧାରଣ ପରୀକ୍ଷା ଢାଞ୍ଚାରୁ ବାହାରି ଉଚ୍ଚସ୍ତରୀୟ ଚିନ୍ତାଧାରା ଓ ପରୀକ୍ଷଣ କରିବାରେ ସାହାଯ୍ୟ କରିବ। ଚାରିମାସ ପୂର୍ବରୁ CBSE ଛାତ୍ରଛାତ୍ରୀମାନଙ୍କୁ ଓପନ ଟେକ୍ସଟ୍ ବେସଡ୍ ଆସେସମେଣ୍ଟ ପାଠ୍ୟକ୍ରମ ସାମଗ୍ରୀ ପ୍ରଦାନ କରିଛି। ପରୀକ୍ଷା ସମୟରେ କେସ୍ ଷ୍ଟଡି ପାଇଁ ସେମାନଙ୍କୁ ଏହି ପାଠ୍ୟକ୍ରମ ସାମଗ୍ରୀ ଆଣିବାକୁ ଅନୁମତି ଦିଆଯାଇଥିଲା। ଓପନ ବୁକ୍ ପରୀକ୍ଷା ଛାତ୍ରମାନଙ୍କୁ ପ୍ରଶ୍ନର ଉତ୍ତର ଦେବାବେଳେ ନୋଟ୍ କିମ୍ବା ପାଠ୍ୟପୁସ୍ତକକୁ ଅନୁସରଣ କରିବାକୁ ଅନୁମତି ଦେଇଥାଏ। ଏହା ଛାତ୍ରମାନଙ୍କ ଚିନ୍ତା ଶକ୍ତି ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଘୋଷିବା ପଦ୍ଧତିରୁ ନିବୃତ୍ତ କରିଥାଏ।

Advertisment
CBSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ