ଏଣିକି ଓଡ଼ିଆରେ ବି ପଢ଼ାଯିବ CBSE କୋର୍ସ..

‘ଯେଉଁ ପିଲାମାନେ ଚାହିଁବେ ଓଡ଼ିଆରେ ପଢ଼ିବାକୁ, ସ୍କୁଲ୍ ବ୍ୟବସ୍ଥା କରିବ’

CBSE students

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( CBSE) ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛି । CBSE ନିଜ ସ୍କୁଲରେ ବହୁଭାଷୀ ଶିକ୍ଷାକୁ ବାସ୍ତବିକ ରୂପ ଦେବା ପାଇଁ  ଭାରତୀୟ ଭାଷାକୁ ମାଧ୍ୟମ କରିବାକୁ ବିଚାର କରିଛି । ଫଳରେ CBSE ସ୍କୁଲରେ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ପାଠ । 

CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି ହୋଇଛି । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା । ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ ।

ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ । ଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ । ସ୍କୁଲଗୁଡ଼ିକ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଆପଣେଇବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।